ପରଲୋକରେ ପୂର୍ବତନ ବିଧାୟକ ଗଙ୍ଗାଧର

ଫୋକସ ପ୍ଲସ ୩/୨/୨୩(ବ୍ୟୁରୋ):ଭଦ୍ରକ ଜିଲ୍ଲା ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଛି | ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ସ୍ବର୍ଗତ ଦାସ ଚାନ୍ଦବାଲି ସରଂକ୍ଷିତ ବିଧାନ ସଭା ନିର୍ବଚନ ମଣ୍ଡଳୀରୁ ୧୯୭୧ ଏବଂ ୧୯୭୭ ମସିହାରେ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ବିଧାୟକ ଭାବେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି | ତେବେ ବାର୍ଧକ୍ୟ ଜନିତ ରୋଗରେ ଅସୁସ୍ଥତା ପାଇଁ ସେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ | ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ସୂଚନା ଅନୁସାରେ , ସ୍ୱର୍ଗତ ବିଧାୟକ ତାଙ୍କର ସରଳ ଜୀବନ ଯାପନ ଶୈଳୀ ପାଇଁ ବେଶ ଚର୍ଚାରେ ରହୁଥିଲେ | ନୀତିଦିନ ସେ ସାଇକେଲ ଖଣ୍ଡେ ଧରି ଯିବା ଆସିବା କରୁଥିଲେ | ବେଶ ଭୁଷା ମଧ୍ୟ ତାଙ୍କର ଖୁବ ସରଳ ଥିଲା ଧଳା କୁର୍ତା ଏବଂ ଧୋତି ସେ ପିନ୍ଧୁଥିଲେ | ସରଳ ହୃଦୟର ହୋଇଥିବାରୁ ଲୋକେ ତାଙ୍କୁ ଖୁବ ଭଲ ପାଉଥିଲେ |ତେବେ ତାଙ୍କର ମୃତ୍ୟୁରେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ,ଚାନ୍ଦବାଲି ପୂର୍ବତନ ବିଧାୟକ ବିଜୟ ନାୟକଙ୍କ ସହିତ ବହୁ ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି | ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ଝିଅ ,ପୁଅ ବୋହୁ ଓ ନାତି ନାତୁଣୀ ମାନେ ଉପସ୍ଥିତ ରହିଥିଲେ | ତାଙ୍କର ଦେହାନ୍ତରେ ସାରା ଭଦ୍ରକ ଅଂଚଳରେ ଶୋକର ଛାୟା ଖଲିଯାଇଛି |

Leave a Reply

Your email address will not be published. Required fields are marked *