କୋଟପାଡ଼ 06/01/24; କୋଟପାଡ଼ ପଞ୍ଚାୟତ କାର୍ଯାଳୟ ଠାରେ ୨୦୨୪ର ଚୂଡ଼ାନ୍ତଫଟୋ ଭୋଟର ତାଲିକା ପ୍ରକାଶନ ହୋଇଯାଇଛି, କୋରାପୁଟ ଜିଲ୍ଲା କୋଟପାଡ ପଞ୍ଚାୟତ ସମିତି କାର୍ଯ୍ୟଳୟ ତଥା ୧୭ଗୋଟି ପଞ୍ଚାୟତ ଅନ୍ତର୍ଗତ ୭୫ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ବା ବୁଥ ଗୁଡିକର ୨୦୨୪ ଚୂଡ଼ାନ୍ତ ଫଟୋ ଭୋଟର ତାଲିକାର ପ୍ରକାଶନ କରାଯାଇଥିଲା,ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ ତଥା କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲଳିତ ମଣ୍ଡଳ, ସ୍ଥାନୀୟ କୋଟପାଡ଼ ତହସିଲଦାର ତୁଳା ମୁଦୁଲି , ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସୁଧାଂଶୁ ଶେଖର ରଥ ତଥା ପଞ୍ଚାୟତ ସମିତି କାର୍ଯ୍ୟଳୟର ସମସ୍ତ ସରକାରୀ କର୍ମଚାରୀ, ଲୋକ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପ୍ରକାଶନ କରାଯାଇଥିଲା,ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇଥିବା ନୂତନ ଭୋଟର୍ ତାଲିକା ସଂଖ୍ୟା ୬୭୪୯୫ ହୋଇଥିବା ବେଳେ, ପୁରୁଷ ଭୋଟର ୩୩0୩୪, ମହିଳା ଭୋଟର ୩୪୪୫୯ ଥିବା ବେଳେ ମୋଟ ଉପରେ ଶତକଡ଼ା ୨% ବିଗତ ପାଞ୍ଚ ବର୍ଷରେ ସର୍ବାଧିକ ଭାଗ ଅଧିକ ବଢ଼ିଥିବା ସୂଚନା ପ୍ରାପ୍ତ ହୋଇଛି, ବିଶେଷକରୀ ନୂତନ ଭୋଟର ମାନଙ୍କୁ ସେମାନଙ୍କ ପ୍ରଥମ ଭୋଟଦାନ ଉପଲକ୍ଷେ ଅଭିନନ୍ଦନ ଦେବାସହ ସମସ୍ତ ଭୋଟର ମାନଙ୍କୁ ଆଗାମୀ ନିର୍ବାଚନରେ ଭୋଟ ଦାନ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ |
ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପ୍ରକାଶ ପାଇଲା ଭୋଟର ତାଲିକା |
