ବୌଦ୍ଧ୦୧/୦୨/୨୦୨୪: ବୌଦ୍ଧ ଜିଲ୍ଲା ନୂତନ ଜିଲ୍ଲାପାଳ ଙ୍କ ପ୍ରଥମ ଗସ୍ତ l ଜନ ସାଧାରଣ ଙ୍କୁ ଭେଟିଲେ ଓ ସିଧା ସଳଖ ଆଲୋଚନା କଲେ l ସୂଚନା ଅନୁଯାଇ ଜିଲ୍ଲାପାଳ ଜେ. ସୋନାଲ ଗତ କାଲି ବୌଦ୍ଧ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରି ଆଜି ହଠାତ ସକାଳୁ ସକାଳୁ 8ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ର ଉପାନ୍ତ ଆଦିମ ଅଧିବାସୀ ଅଂଚଳ ମହାଲିକ ପଡା ଗ୍ରାମପଞ୍ଚାୟତ କୁ ପ୍ରଥମ ଗସ୍ତ କରି ପଞ୍ଚାୟତ କତୃପକ୍ଷ ଙ୍କ ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନା ଗମନ, ବାର୍ଦ୍ଧକ୍ୟ ଭତ୍ତା, ଟେଲି ସେବା ଭଳି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ l ତତ ପରେ ଉକ୍ତ ପଂଚାୟତ ର କୁଟୀବାରୀ,ହିଞ୍ଜଳ, ପହଂଚି ଜନସାଧାରଣ ଙ୍କ ସାଧାରଣ ସମସ୍ୟାପଚାରି ବୁଝିବା ସହ ନାରୀ ଶକ୍ତି ଙ୍କ ସହ ଆଲୋଚନା ଓ ସାତଖଣ୍ଡ ଗ୍ରାମରେ ଥିବା 100ଶଯ୍ୟା ବିଶିଷ୍ଟ ଛାତ୍ରୀ ଆବାସ କୁ ଯଥା ଶୀଘ୍ର କାର୍ଯ୍ୟକାରୀ,ପ୍ରଧାନ ସାହି, ଗୁଡ଼ୁରୁ ମୁଣ୍ଡା ର ନୂତନ ରାସ୍ତା ଓ ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ ସହିତ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଗୃହ ଆଦି ତୁରନ୍ତ କାର୍ଯ୍ୟକାରି କରିବା ପାଇଁ ବିଡ଼ିଓ ଓ ଅନ୍ୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଜିଲ୍ଲାପାଳ ଙ୍କ ଏହି ଗସ୍ତ ରେ ଜିଲ୍ଲା ଓ ହରଭଙ୍ଗା ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ l