କୋରାପୁଟ୨୫/୧୧/୨୩; କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ମହାବିଦ୍ୟାଳୟ ଠାରେ ନୂଆ ଓଡିଶା ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟନ ଉତ୍ସବ ହୋଇଯାଇଛି।ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁଜାନୀ,ସଂମ୍ମାନୀୟ ଅତିଥି କୌଶଲ୍ୟା ହିକକା,ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ଜୁନ୨ ଜିଲା ପରିଷଦସଭ୍ୟା ପିଙ୍କି ହୀମେରିକା, ବିଜେଡ଼ି ଜିଲା ସଭାପତି ଝିନ ହିକକା, ବିରେନ ଶତପଥୀ, ଜଗନ୍ନାଥ ରଥ, ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ କୈଳାଶଚନ୍ଦ୍ର କୁଲେସିକା,ଯୋଗଦେଇ ଶୁଭାରମ୍ଭ କରିଥିଲେ।ଏବଂ ମହାବିଦ୍ୟାଳୟର ସଭାପତି ବିଜୁ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଟିଲତମା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।ଏହି ସଭାରରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥିଲେ।ଅତିଥି ମାନେ କିପରି ଛାତ୍ର ଛାତ୍ରୀ ଯୁବକ ଯୁବତୀ ମାନେ ନିଜର ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣି ପାରିବେ ତାହାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ନୂତନ ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ପ୍ରଭୁଜାନୀ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଉଦଘାଟନଉତ୍ସବରେ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ସହ ଯୋଗ କରିଥିଲେ।
ନୂଆ ଓଡିଶା ଯୁବ ଓଡିଶା ନବୀନ ଓଡିଶା ଉଦଘାଟନ ଉତ୍ସବ ।
