ନୂଆପଡାରେ ଗର୍ଜିଲା ଗରିବଙ୍କ ସେନା

ଫୋକସ ପ୍ଲସ(ନୂଆପଡା) ୨୮/୦୭/ ୨୦୨୨: ନୂଆପଡା ଜିଲ୍ଲା ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଜିଲ୍ଲା ଗରିବ ସଙ୍ଘଠନ ଜିଲ୍ଳାରେ 72000ହଜାରରୁ ଉର୍ଦ୍ଧ ଇନ୍ଦିରା ଆବାସ ଘର ଯୋଜନାରୁ ବଞ୍ଚିତ ପରିବାରମାନଙ୍କର ସମସ୍ୟା ଓ ବିଭିନ୍ନ ଦାବୀପତ୍ର ଓଡିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳକୁ ପ୍ରଦାନ କରିଛନ୍ତି. ଏହି ଆନ୍ଦୋଳନର ମୁଖ୍ୟ ଥିଲେ ଶ୍ରୀ ରବି ମଙ୍ଗରାଜ. ଏହି ଆନ୍ଦୋଳନରେ ନୂଆପଡା ଜିଲ୍ଳାର ଶହ ଶହ ଗରିବ, ଖଟିଖିଆ, ମୁଲିଆ ପରିବାରର ମୁଖିଆ ଓ ବ୍ୟକ୍ତିମାନେ ସାମିଲ ହୋଇଥିଲେ. ଜିଲ୍ଲାରେ 72000ପରିବାର ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି. ସେମାନେ ଖରା, ବର୍ଷା, ଶୀତରେ ତାଙ୍କର ଝାଟିମାଟି ଘରେ ଆଶ୍ରୟ କରି ରହିଛନ୍ତି. ମାଟି ଓ ଚାଲ ଛପର ଘର ହୋଇ ଥିବାରୁ ସେମାନେ ଦୟନୀୟ ଭାବରେ ଜୀବନଯାପନକରି କାଳ କାଟୁଛନ୍ତି. ଯୋଜନା ଘର ଦେଢ଼ ଲକ୍ଷ ଟଙ୍କା ରହିଛି. ତେଣୁ ଅଢେଇ ଲକ୍ଷ ଟଙ୍କା ଦେବା ପାଇଁ ସରକାରଙ୍କୁ ଦାବୀ ଜଣାଇଛନ୍ତି. ସର୍ବୋପରି ନିବେଦନର ମୁଖ୍ୟ ଆବଶ୍ୟକତା ହେଉଛି ତାଙ୍କୁ ଯଥାଶୀଘ୍ର ତଦନ୍ତ କରି ଇନ୍ଦିରା ଆବାସ ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ପାଇବା ପାଇଁ ବିଚାର କରାଯାଉ.
ଭିଓ – ରାଜ୍ୟ ଓ କେନ୍ଦ୍ର ସରକାର ଗରିବ, ଖଟିଖିଆ, ମୂଳିଆଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଖରା, ବର୍ଷା, ଶୀତରୁ ରକ୍ଷା ପାଇବା ପାଇଁ ଆବାସ ଯୋଜନା କରିଛନ୍ତି. କିନ୍ତୁ ସେହି ଯୋଜନା ଯଦି ଠିକ ଭାବେ କାର୍ଯ୍ୟକାରି ନ ହୋଇ ଗରିବ ସୁବିଧାରୁ ବଞ୍ଚିତ ରହେ ତେବେ ଯୋଜନା କାହିଁକି ତିଆରି ହୋଇଛି. ତେଣୁକରି ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ସାମିଲ କରାଯାଉ ନ ହେଲେ ଗରିବ ସେନା ସଂଗଠନ ଆଗାମୀ ଦିନରେ ରାଜରାସ୍ତାରେ ଓ଼ଲ୍ଳେହିବ ଓ ବିଭିନ୍ନ ଆନ୍ଦୋଳନ କରିବ.ପଲ୍ଲୀରୁ ଦିଲ୍ଲୀ ଯାଏ.

ନୂଆପଡା ରୁ ମହେଶ ବାଗଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *