ଫୋକସ ପ୍ଲସ(ଚିକିଟି)୨/୦୯/୨୦୨୨: ଆଜି ହେଉଛି ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଆମେ କହୁଛୁ କଳାହାଣ୍ଡି ଜିଲ୍ଲାର ମୁଡିଙ୍ଗ ଗ୍ରାମ ପଞ୍ଚାୟତ ସ୍ଥିତ ଆଦର୍ଶ ମଷ୍କାଦାଣ୍ଡି ଗାଁ ର କଥା, ନୂଆଁଖାଇ ପାଇଁ ପୁରା ଚଳଚଞ୍ଚଳ ମଷ୍କାଦାଣ୍ଡି। ଏହି ଗାଁ ରେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗାଁ ର ସମସ୍ତ ଲୋକ ଗାଁ ମଝିରେ ଥିବା ଏକ ପ୍ରହରି ମଣ୍ଡପରେ ଏକାଠି ହୋଇ କୁରେଇ ପତ୍ରରେ ଚାଷୀ ଅମଳ କରିଥିବା ପ୍ରଥମ ଧାନକୁ ଚୁଡା ତିଆରି କରି ଗ୍ରାମର ଦେବାଦେବୀ ଙ୍କ ପାଖରେ ପୂଜାର୍ଚ୍ଚନା କରିସାରିବା ପରେ ନବାନ୍ନ ଭକ୍ଷଣ ପରେ, ନୂଆଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ବୟସରେ ସାନ ଲୋକମାନେ ବଡ ଲୋକଙ୍କୁ ନମସ୍କାର କରିବା ସହ ଆଶିର୍ବାଦ ଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ ନୂଆଁଖାଇ ପର୍ବ ଅବସରରେ ଗାଁ ର କଳାକାର ମାନଙ୍କ ଦ୍ବାରା ଅଭିନୟ ଉପାୟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଦନପୁର ରାମପୁର ବ୍ଲକ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଓରଫ (ପୁସୁ ଦାଦା) କୁ ଗାଁ ର ଶତାଧିକ ଲୋକେ ବାଜା ବଜାଇ, ନାଚଗୀତ, ଚନ୍ଦନ ପୁଷ୍ପ ଦେଇ ସ୍ବାଗତ ଜଣାଇ ପାଛୋଟି ନେଇଥିଲେ ।
ରାମପୁର ବ୍ଲକ ମଷ୍କାଦାଣ୍ଡି ରୂ ଧନୁର୍ଯ୍ୟ ସାହୁ ଫୋକସ ପ୍ଲସ।