ନୀତିଶ କୁମାରଙ୍କ ଉପରେ ବୟସର ପ୍ରଭାବ ଦୃଶ୍ୟମାନ ହେଉଛି: ପ୍ରଶାନ୍ତ କିଶୋର

ଫୋକସ ପ୍ଲସ(ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ଗତକାଲି ପ୍ରଶାନ୍ତ କିଶୋରଙ୍କୁ ନେଇ ବଡ଼ ବୟାନ ଦେଇଥିଲେ ନୀତିଶ କୁମାର । ତେବେ ଆମକୁ ୪-୫ ବର୍ଷ ପୂର୍ବେ କଂଗ୍ରେସ ସହ ମିଶ୍ରଣ କରିବାକୁ ପ୍ରଶାନ୍ତ କିଶୋର କହିଥିଲେ ବୋଲି ନୀତିଶ କୁମାର କହିଛନ୍ତି । ସେପଟେ ତାଙ୍କ ମତକୁ ବିରୋଧ କରି ପ୍ରଶାନ୍ତ କିଶୋର କହିଛନ୍ତି ଯେ ନୀତିଶ କୁମାରଙ୍କ ଉପରେ ବୟସର ପ୍ରଭାବ ଦୃଶ୍ୟମାନ ହେଉଛି । ସେ କହିବାକୁ ଚାହୁଁଛନ୍ତି କିଛି ହେଲେ କହୁଛନ୍ତି ଆଉ କିଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ତେବେ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି ଯେ ନୀତିଶ କୁମାରଙ୍କ ପାଖରେ ଧିରେ ଧିରେ ତାଙ୍କ ବୟସର ପ୍ରଭାବ ଦେଖିବାକୁ ମିଳିଛି । ସେ କଣ କହୁଛନ୍ତି ଜାଣି ପାରୁ ନାହାନ୍ତି । କାହିଁକିନା ଥରେ କହୁଛନ୍ତି ମୁଁ ବିଜେପିର ଏଜେଣ୍ଡା ଉପରେ କାମ କରୁଛି ହେଲେ ବର୍ତ୍ତମାନ କହୁଛନ୍ତି ମୁଁ ତାଙ୍କୁ କଂଗ୍ରେସ ସହ ମିଶ୍ରଣ କରିବାକୁ କହିଥିଲି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି ।

Leave a Reply

Your email address will not be published. Required fields are marked *