ନିୟମଗିରି ରେ ଜନନୀ ଯନ୍ତ୍ରଣା

ଫୋକସ ପ୍ଲସ (ରାୟଗଡା) ୦୭/୦୭/୨୦୨୨: ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ର ସାରିଝଲା ଗାଁ ରେ ପୁଣି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଓଡ଼ିଶା ମାନଚିତ୍ରରେ ବାରମ୍ବାର ନିୟମଗିରି ଅଞ୍ଚଳରେ ରାସ୍ତା ଘାଟ ସମସ୍ୟା ଯୋଗୁଁ ଏହି ଭଳି ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଛି। କେତେ ବେଳେ ଖଟିଆରେ କେତେବେଳେ ଷ୍ଟେଚର କେତେବେଳେ କମଳ ବୁହା ସାହାର୍ଯ୍ୟ ରେ ଜୀବନ ବାଜି ଲଗାଇ ଗଞ୍ଚ ଜଙ୍ଗଲ ଝରଣା ପାହାଡ଼ ଚଲାପଥ ଦେଇ ମାଇଲ ମାଇଲ ବାଟରେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟ ରେ ପହଞ୍ଚି ଥାନ୍ତି। ସରକାର ଙ୍କ ମେରେଗା ଯୋଜନା ଏବଂ ବିଭିନ୍ନ ବିଭାଗୀୟ ପାଣ୍ଠି ରୁ ଉନୟନ ମୂଳକ ରାସ୍ତା ର ସଂଯୋଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଥିବା ବେଳେ ନିମ୍ନ ମାନର ରାସ୍ତା କାମ ଯୋଗୁଁ କିଛି ଗାଁ କୁ ଆମ୍ବୁଲାନ୍ସ ତୋ ଦୂରର କଥା ବାଇକ ଯିବା ର ମଧ୍ୟ କଷ୍ଟକର ହୋଇଡୁଡ଼ିଛି। ଏହି ରାସ୍ତା ଘାଟ ର ସମସ୍ୟା କୁ ନେଇ ପ୍ରଶାସନ ଆଗରେ ନାରା ଦେଉଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡୁନି। ଏହି ଭଳି ସମସ୍ୟା ଯୋଗୁଁ ରୋଗୀ ଓ ପ୍ରସ୍ତୁତି ମହିଳା ଜୀବନ ଯନ୍ତ୍ରଣା ହୋଇ ଜୀବନ ମଧ୍ୟ ବାଟରେ ଚାଲି ଯାଉଛି। ଖବର ନେବା ରୁ ଜଣା ପଡିଲା ଯେ ଆଜି ସକାଳେ ସାରିଝଲା ଗାଁ କାଡ୍ରାକା ଡିକିଛି (୩୫)ଙ୍କ ଜନନୀ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୮ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। ୧୦୮ ଆମ୍ବୁଲାନ୍ସ ଅଧା ବାଟ ରେ ପହଞ୍ଚିଥିଲା ସେଠାରୁ ପ୍ରାୟ ୨ କିଲୋମିଟର ଚାଲି ଚାଲି ପରମସିଷ୍ଟ ଦୁର୍ଗା ପ୍ରସାଦ ଜେନା ଏବଂ ଡ୍ରାଇଭର ଉମାକାନ୍ତ ଦଳେଇ ଷ୍ଟେଚର ଧରି ଗାଁ କୁ ପହଞ୍ଚି ଥିଲେ। ସେଠାରୁ ଡିକିଛି କୁ ଷ୍ଟ୍ରେଚର ରେ ବୁହି ଆଣିବା ବେଳେ ଅଧ ବାଟରେ ପ୍ରସବ କରିଥିଲେ। ପ୍ରସବ ମହିଳା ଙ୍କୁ ଆମ୍ବୁଲାନ୍ସ ସାହାର୍ଯ୍ୟ ରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବର୍ତ୍ତିକରି ଥିଲେ। ବର୍ତ୍ତିକରି ବା ପରେ ଡାକ୍ତର ବିବେକ ନନ୍ଦ ମହାପାତ୍ର ମାଁ ଓ ଶିଶୁ କୁ ଚିକିତ୍ସା କରିଥିଲେ।ବର୍ତ୍ତମାନ ମାଁ ଓ ଶିଶୁ ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣାପଡିଛି।

ରାୟଗଡ଼ା ରୁ ଦୀପକ ପୃଷ୍ଟିଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *