ନିଶା ଦେଇ ମହିଳାଙ୍କୁ ଧର୍ଷଣ

ଫୋକସ ପ୍ଲସ (କୋଣାର୍କ) ୦୫/୦୭/୨୦୨୨: ଗୋପ ଥାନା ଅନ୍ତର୍ଗତ ରାହାଙ୍ଗ ଗୋରଡା ପଞ୍ଚାୟତର ଖଣ୍ତାସାହି ଗ୍ରାମରେ ଜଣେ ମହିଳାଙ୍କୁ ଗତକାଲି ବିଳମ୍ବିତ ରାତିରେ ଘରେ ଏକୁଟିଆ ଥିବା ବେଳେ ସେହି ଗ୍ରାମର ବିଜୟ କୁମାର ବେହେରା ନାମକ ଏକ ଯୁବକ ଘରକୁ ଯାଇ ସମ୍ପୃକ୍ତ ମହିଳାଙ୍କୁ ଥଣ୍ଡା ପିଇବାକୁ ଦେଇ ଥିଲେ। ପରେ ମହିଳା ଜଣଙ୍କ ଏହି ଥଣ୍ଡା ପିଇବା ପରେ ଚେତା ହରେଇ ପଡିଥିଲେ । ଶେଷରେ ଯୁବକ ଜଣଙ୍କ ମହିଳା ଙ୍କୁ ଧର୍ଷଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।ଗୋପ ପୋଲିସ ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ଖଣ୍ଡାସାହି ଗ୍ରାମରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିବା ସହିତ ପରିବାର ର ଅଭିଯୋଗ କୁ ନେଇ ଥାନା ରେ ଏକ ମୋକଦ୍ଦମା ରୁଜ୍ଜୁ କରିବା ସହ ଉଭୟ ଙ୍କୁ ଗୋପ ଡାକ୍ତରଖାନାକୁ ଡାକ୍ତରୀମାଇନା ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଗୋପ ପୋଲିସ୍ ର କୌଣସି ପ୍ରତିକ୍ରିୟା ମିଳି ପାରି ନ ଥିବା ବେଳେ, ଏଭଳି ଘଟଣା କୁ ନେଇ ପରିବାର ଙ୍କ ମାନସିକ ଅବସ୍ଥା ଏପରି ରହିଛି ଯେ ସେମାନେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *