ନିର୍ବାଚନ ପୂର୍ବରୁ ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ କରିଛନ୍ତି ୨୪୭ କୋଟି ୩୬ ଲକ୍ଷ ଟଙ୍କା:ମନ୍ତ୍ରୀ

ଝୋଟ ବ୍ୟାଗ୍‌ ବଣ୍ଟନ ଖର୍ଚ୍ଚ ନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହୋସ୍‌ ଉଡ଼ାଇବା ଭଳି ତଥ୍ୟ ଦେଇଛନ୍ତି। ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖି କହିଛନ୍ତି, ନିର୍ବାଚନ ପୂର୍ବରୁ ବିଜେଡି ସରକାର ଝୋଟ ବ୍ୟାଗ୍ ବଣ୍ଟନରେ ଖର୍ଚ୍ଚ କରିଛନ୍ତି ୨୪୭ କୋଟି ୩୬ ଲକ୍ଷ ଟଙ୍କା। ୨ଟି ବ୍ୟାଗ୍‌ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା। ଏଣେ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ ଟଙ୍କା।  ନିର୍ବାଚନ ପୂର୍ବରୁ ପରିବାର ପିଛା ୨ଟି ବ୍ୟାଗ୍‌, ୧ ହଜାର ଟଙ୍କା ବଣ୍ଟାଯାଇଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *