ଫୋକସ ପ୍ଲସ(ପାରାଦୀପ): ପାରାଦୀପ ବନ୍ଦର ଶ୍ରମୀକ ଟ୍ରଷ୍ଟୀ ନିର୍ବାଚନକୁ ନେଇ ହିଂସା କାଣ୍ଡ, ଆସନ୍ତା 28 ତାରିଖ ଟ୍ରଷ୍ଟୀ ନିର୍ବାଚନ ହେବାକୁ ଥିବା ବେଳେ ଗତ କାଲି ବିଳମ୍ବିତ ରାତ୍ରୀରେ ପାରାଦୀପ ବନ୍ଦର ମଜଦୁର ସଂଘର ସମର୍ଥକ ପାର୍ଥୀ ଓ ପାରାଦୀପ୍ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ର ଜଣେ ସମର୍ଥକ ଙ୍କ ସହ ଗୋଷ୍ଠୀ ସଂଘର୍ଷ ହୋଇଥିବା ପାରାଦୀପ ଆଦର୍ଶଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଛି | ହିଂସା କାଣ୍ଡ ପାରାଦୀପ୍ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ର ଦେବପ୍ରସାଦ ସାହୁ ଙ୍କ ମୁଣ୍ଡ ଓ ପିଠି ରେ ଗଭୀର ଆଘାତ ଲାଗିଥିଲା ବେଳେ ପାରାଦୀପ ବନ୍ଦର ମଜଦୁର ସଂଘର ସମର୍ଥକ ପାର୍ଥୀ ଶ୍ରୀକାନ୍ତ ରାଏ ଆହାତ ହୋଇଥିବା ଜଣାପଡିଛି, ଶ୍ରମିକ ନେତା ବାପି ସର୍ଖଲେ ଙ୍କ ପ୍ରରୋଚନାରେ ଏଭଳି ହିଂସାକାଣ୍ଡ ଘଟିଥିବି ଶ୍ରୀକାନ୍ତ ଅଭିଯୋଗ କରିଥିବା ବେଳେ |
ରାକେଶ ପଟ୍ଟନାୟକ ଓ ଶ୍ରୀକାନ୍ତ ରାଏ ଚାରିଜଣ ଦୁର୍ବୁତ୍ତ ଙ୍କୁ ଚିହ୍ନାଇ ଦେବା ପରେ ଦୁର୍ବୁତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିବା ଦେବବ୍ରତ ସାହୁ ଥାନା ରେ ଅଭିଯୋଗ କରିଛନ୍ତି | ପରସ୍ପର ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ ଅଭିଯୋଗ ର ପାରାଦୀପ୍ ଆଦର୍ଶ ଥାନା ପକ୍ଷ୍ୟରୁ ଦୁଇଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି |
ପାରାଦୀପରୁ ମନୋଜ ସାହୁଙ୍କ ରିପୋର୍ଟ