ଫୋକସ ପ୍ଲସ (ଯାଜପୁର)୧୦/୦୭/୨୦୨୨: ରାଜ୍ୟ ସରକାର ସୋଚ୍ଛ ଓ ନିର୍ମଳ ଶାସନ ର ନାରା ଦେଉଥିବା ବେଳେ ଏଠି ତଳ ସ୍ତର ରେ ଦୁର୍ନୀତି ଭ୍ରଷ୍ଟାଚାର ରେ ଅସାଧୁ କର୍ମଚାରୀ ଲିପ୍ତ ରହି ଜନ ସାଧାରଣ ଙ୍କ ଟ୍ୟାକ୍ସ କୁ ହରିଲୁଟ କରିବାରେ ବେସ୍ତ, ଆମେ କହୁଛୁ କୋରେଇ ବ୍ଲକ ର ଅମୃତୀୟା ପଂଚାୟତ ରେ ହେଉଥିବା ବିଜୁ ସେତୁ କଥା,ପାଣିକୋଇଲି ଠାରୁ ବୈତରଣୀ ରୋଡ କୁ ସଂଯୋଗ କରୁଥିବା ରାସ୍ତା ଟିରେ ଏହି ସେତୁ ଟି ନିର୍ମାଣ ହେଉଛି,ଯାହାର ଅଟକଳ ମୂଲ୍ୟ 1କୋଟି 72 ଲକ୍ଷ ଟଙ୍କା.ଦୈନିକ ଏହିବାଟ ଦେଇ 15ରୁ 20 ହଜାର ଲୋକ ଯାତାୟାତ ପାଇଁ ନିର୍ଭର କରନ୍ତି,ବଡ଼ କଥା ହେଉଛି ସରକାର ନିୟମ ଅନୁଯାଇ କାମ ପୂର୍ବରୁ ସୂଚନା ଫଳକ ମାଧ୍ୟମ ରେ କାମ ର ବିସ୍ତୃତ ବିବରଣୀ ଦେବାକଥା, ତାହା କାର୍ଯ୍ୟକାରୀ ହେଉ ନାହିଁ, କାମରେ ନିମ୍ନ ମାନର ଉପକରଣ ବେବହାର କରାଯାଇ କାଦୁଅ ରେ ଢ଼ଳେଇ ପଡୁଥିବାର ଦେଖିବାକୁ ମିଳୁଛି. ଏହି କାର୍ଯ୍ୟକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇଲାପରେ ଆଜି ଉକ୍ତ କାର୍ଯ୍ୟର ବିଭାଗୀୟ ଅଧିକାରୀ ମାନେ ତଦନ୍ତ କରିବାକୁ ଆସି ଥିଲେ, ତଦନ୍ତ ବେଳେ ସ୍ଥାନୀୟ ଜନ ସାଧାରଣ ଙ୍କ ପ୍ରଶ୍ନ ବାଣ ରେ ଘାଇଲା ହୋଇ ତଦନ୍ତ ଅଧିକାରୀ ମାନେ ତଦନ୍ତ ଅଧାରୁ ଚାଲିଯିବାକୁ ବାଧ୍ୟ୍ୟ ହୋଇଥିଲେ, ଏଥିରୁ ସ୍ପଷ୍ଟ ବାରିହେଉଛି ଯେ ପ୍ରଶାସନ ଓ ଠିକାଦାର ଙ୍କ ମିଲିଭଗତରେ କାର୍ଯ୍ୟ କରାଯାଉଥିବା ଜନସାଧାରଣ ମାନେ କହିଛନ୍ତି l ଏଠି ପ୍ରଶ୍ନ ଉଠେ ଏହା କଣ ସରକାରଙ୍କ ସୋଚ୍ଛ ନିର୍ମଳ, ଦୁର୍ନୀତି ମୁକ୍ତ ଶାସନ ର ନମୁନା |
କୋରେଇ ରୁ ପ୍ରମୋଦ ପାତ୍ର ଙ୍କ ରିପୋର୍ଟ, ଫୋକସ ପ୍ଲସ |