ଫୋକସ ପ୍ଲସ 19/3/23(ବ୍ୟୁରୋ): ନିଜର ସ୍ବାର୍ଥ ପାଇଁ ମାନ ବିକତା ଭୁଲିଯାଉଛି ଆଜିର ମଣିଷ। ସତରେ ଆଜିର ଜମାନା ରେ ନିଜ ବାପା ମା କୁ ଅଣଦେଖା କରୁଥିବା ଲୋକଙ୍କ ସାମ୍ନାକୁ ଆସୁଛି। ଛଳ ଛଳ ଆଖିରେ କୁହ ଭରା କାହାଣୀ ସତେ ଯେମିତି ବୃଦ୍ଧା ମାଉସୀ ଙ୍କ ପାଇଁ ପାଲଟିଛି ନିଜର ସୁଖ। କିଛି ବର୍ଷ ପୂର୍ବେ ମାଉସୀର ତିନି ପୁଅ ଥିଲେ , ଗୋଟିଏ ପୁଅ ଆରପାରିକୁ ଚାଲିଯିବା ପରେ ଏବେ ଦୁଇ ପୁଅଙ୍କ ସାହାରାରେ ବାପା ମା। ପାଖରେ ନିଜ ସ୍ଵାମୀ ରହି ବେସ ଖୁସି ମନରେ ନିଜର ଜୀବନ ଯାପନ ଅତିବାହିତ କରୁଥିଲେ। ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ପଞ୍ଚାୟତର ନିବାରଣ ଦେହୁରୀ ଙ୍କ ସ୍ତ୍ରୀ ସୁଆଗି ଦେହୁରୀ ବୟସର ଅପରାହ୍ନରେ ଏବେ ବେସାହାରା। ପାଖରେ ଦୁଇ ପୁଅ ଏବଂ ନିଜ ସ୍ଵାମୀ ଥିଲେ ମଧ୍ୟ,ପୁଅ ଏବଂ ସ୍ଵାମୀଙ୍କ ଅଣଦେଖା ରେ ଏବେ ଏକୁଟିଆ ରହିବାକୁ ପଡ଼ୁଛି ବୃଦ୍ଧା ମାଉସୀ ଙ୍କୁ। ପାଖରେ ସରକାରଙ୍କ ତରଫରୁ ୫୦୦ ସହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଏବଂ ୫ କେଜି ଚାଉଳ ମିଳୁଥିଲେ ମଧ୍ୟ, ସେ ସବୁ କୁ ଆତ୍ମସାତ କରୁଛନ୍ତି ଦୁଇ ପୁଅ ଏବଂ ଦୁଇ ବହୋ। ଆତ୍ମସାତ କରି ଯଦି ନିଜ ବୃଦ୍ଧା ମାକୁ ଭଲରେ ଖାଇବା, ପିଇବା ଏବଂ ପିନ୍ଧିବାକୁ ଦେଇ ନିଜ ପାଖରେ ରଖି ଯତ୍ନ ନେଇ ମା ର ସେବା କରେ ,ତେବେ ବୃଦ୍ଧା ମାର ଏମିତି ଅବସ୍ଥା କାହାକୁ ଦେଖିବାକୁ ପଡ଼ିନଥାନ୍ତା। ଯେତେବେଳ ବୃଦ୍ଧା ମାଉସୀ ଜଣକ ରାସ୍ତାରେ ଯିବା ସମୟରେ ଗୋଡ ମୁଡ଼ି ହୋଇ ଖସି ପଡ଼ିଥିଲେ ସେହି ସମୟର ବାମ ଗୋଡ ଟି ବାଙ୍ଗିଗଲା। ଗୋଡଟି ବାଙ୍ଗିଯିବା ପରେ ନିଜ ଦୁଇ ପୁଅ ଏବଂ ଦୁଇ ବହୋ ଙ୍କୁ କହିଥିଲେ ,କିନ୍ତୁ ବହୋ ଦୁଇଜଣ ନିଜର ବୃଦ୍ଧା ଶାଶୁ ଙ୍କୁ ଯତ୍ନ କରିବା କଥା, କିନ୍ତୁ ଯତ୍ନ ନ କରି ବୃଦ୍ଧା ମାଉସୀ ର ଯତ୍ନ ନେଲେ କୁଆଡେ ଯବାନ ବହୋ ମାନଙ୍କୁ ଲାଜ ଲାଗିବ ବୋଲି ବୃଦ୍ଧା ମାଉସୀଙ୍କୁ କହିଥିଲେ। ସତରେ ଦର୍ଶକ ବନ୍ଧୁ ଏମିତି କଥା ଆପଣ ମାନେ ହୁଏତ ଆଗରୁ କେବେ ଶୁଣିନଥିବେ। ଏମିତି କଥା ଶୁଣି ବୃଦ୍ଧା ମାଉସୀ ଜଣଙ୍କ ନିଜ ଘରୁ ବାହାରି ଘର ଠାରୁ ପ୍ରାୟ ଅଧା କିଲୋମିଟର ଭଙ୍ଗା ଗୋଡ ରେ ଘୁସୁଡ଼ି ଘୁସୁଡି ଆସି ଏବେ ରାସ୍ତା କଡ଼ରେ ଏକୁଟିଆ ରହୁଛନ୍ତି। ଏମିତି ଅବସ୍ଥାରେ ଗାଧୋଇବା,ଖାଇବା ,ବୃଦ୍ଧା ମାଉସୀ ପକ୍ଷେ ଭାରୀ କଷ୍ଟ ଦାୟକ ହେଇପଡିଛି। ଖାଇବାକୁ ହେଲେ ଅନ୍ୟକୁ ମାଗିବାକୁ ପଡେ ଏବଂ ପାଣି ମୁନ୍ଦେ ପିଇବାକୁ ହେଲେ ଘୁଶୁଡ଼ି ଘୁଶୁଡ଼ି ଯାଇ ପାଣି ଆଣିବାକୁ ହୁଏ। ଏମିତି ଦୁଃଖ ଦାୟକ ଘଟଣା ଦେଖି ଗାଁ ର ଯୋବକ ଦଳ ବୃଦ୍ଧା ମାଉସୀଙ୍କୁ ସାହାଯ୍ୟ କରିବାକୁ ବାହାରି ଆସିଲେ। ବୃଦ୍ଧା ମାଉସୀ ଙ୍କୁ ସାହାଯ୍ୟ କରିବା ସହିତ ସବୁ ପ୍ରକାର ସୁବିଧା ଯୋଗାଇଦେଇଛନ୍ତି ଏବେ ଯୋବ ଗୋଷ୍ଠୀ। ତେବେ ଅନ୍ଧାର ଘରେ ଏକା ରହୁଥିବା ମାଉସୀଙ୍କୁ ଏବଂ ଗୋଡ ଟି ଭାଙ୍ଗି ଅଚଳ ହୋଇଥିବା ବୃଦ୍ଧା ମାଉସୀ ଙ୍କ ପାଇଁ ଏବଂ ମାଉସୀ ଙ୍କ ଥଇଥାନ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି
ନିଜର ସ୍ବାର୍ଥ ପାଇଁ ମାନବିକତା ବି ଭୁଲିଯାଉଛି ଆଜିର ମଣିଷ
