ନିଆରା ଭକ୍ତି ଭାବ

ଫୋକସ ପ୍ଲସ (ଅନୁଗୋଳ) ୦୫/୦୭/୨୦୨୨: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି | ଭକ୍ତ ଓ ଭଗବାନ ଙ୍କ ମିଳନର ଏହି ଦୃଶ୍ୟ ସତରେ ମନ ମୋହିନେଇଥିଲା ଦେଖଣାହାରୀଙ୍କର |କାଳିଆ ଆଗରେ ସମସ୍ତେ ସମାନ, ତାର ଦୁଆର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା |କନିକା ରଥ ଯାତ୍ରା ରେ ମୁସଲିମ୍ ଭକ୍ତଙ୍କ ଭଜନ ପରିବେଷଣ ।ମସ୍ତାନ ବାବା ନାମରେ ପରିଚିତ ଜଣେ ୭୦ ବର୍ଷୀୟ ବୃଦ୍ଧ ମଧ୍ୟ ପ୍ରଦେଶ ବାଲାଘାଟ ନିବାସୀ ଏହି କନିକା ଗାଁ ସହିତ ଦୀର୍ଘ ବର୍ଷରୁ ସମ୍ପର୍କ ରହି ଆସିଛି ।ସେ ଅଧିକାଂଶ ସମୟ ଏହି କନିକା ଗ୍ରାମରେ ବିତାଇ ଥାଆନ୍ତି ଏପରିକି ସେ ପୁରୀ ବଡ ଦାଣ୍ଡରେ ମଧ୍ୟ ଭଜନ ଗାଇଥିବା ସେ କହିଛନ୍ତି ।ସେ କହନ୍ତି ଭଗବାନ୍ କେବେ ଜାତି ଧର୍ମ କୁ ଆଡ ଆଖିରେ ଦେଖନ୍ତି ନାହି ,ସେ ଯେଉଁ ଧର୍ମର ହେଉ ନା କାହିଁକି ସମସ୍ତଙ୍କୁ ନିଜ ସରଣରେ ସ୍ଥାନ ଦେଇଥାନ୍ତି ।

 

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *