ଫୋକସ ପ୍ଲସ ୧୫/୬/୨୨(କନ୍ଧମାଳ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ଓ ବାଳିକା ବିଦ୍ୟାଳୟର ୧୯୮୮ ମସିହା ଦଶମ ଶ୍ରେଣୀ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୧୧ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ହୋଇଥିଲା। ପ୍ରଥମ ମା ପାଟଖଣ୍ଡା ମନ୍ଦିର ଦର୍ଶନ କରିବା ସହ ୨ଟି ସରକାରୀ ବିଦ୍ୟାଳୟ ପରିଦର୍ଶନ ଏବଂ ନିଜ ନିଜର ଘର ଓ ବନ୍ଧୁ ପରିଜନଙ୍କୁ ଦେଖା କରିଥିଲେ। ଏହାପରେ ବାଲିଗୁଡା ସହରରେ ଥିବା ହୋଟେଲ୍ ବିଭବ ରେ ଏକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସହରରୁ ୬୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପୁରୁଣା ସ୍ମୃତିକୁ ସାଉଁଟି ଥିଲେ। ମୋ ସ୍କୁଲ୍ ଅଭିଯାନକୁ ଥିବା ୨ଟି ସ୍କୁଲକୁ ୧୦୦୦୦ ହଜାର ଟଙ୍କା ପ୍ରଦାନ କରିଥିଲେ। ସ୍କୁଲର ରୁପାନ୍ତିକରଣ ଦେଖି ବହୁତ ଖୁସି ବ୍ୟକ୍ତ ହୋଇଥିଲେ।
