ପୋଡ଼ିଗଲା ଧାନ ଖଳା

ଫୋକସ ପ୍ଲସ 28/12/2022(ରେଙ୍ଗାଲି ):  ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କତର ବଗା ଥାନା ଅନ୍ତର୍ଗତ ପରଦେଶୀ ପାଳି ଗ୍ରାମରେ କେହି ଜଣେ ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ବେଳେ ପରଦେଶୀ ପାଳି ଗ୍ରାମର ତିନି ଜଣ ଚାଷୀଙ୍କ ପ୍ରାୟ 8 ଏକର ଧାନ ଖରୀ ସମ୍ପୂର୍ଣ ଭାବରେ ଜଳି ପୋଡି ଛାରଖାର ହୋଇ ଯାଇଛି l ଖବର ପାଇଁ ରେଙ୍ଗାଲି ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲେ ହେ ଧାନ ଚାଷୀର ଧାନ ଖରୀ ପୁରାପୁରୀ ଜଳି ଛାର ଖାର ହୋଇଯାଇଛି l ଚାଷୀ ମାନେ କେତେ କଷ୍ଟରେ ଧାନ ଚାଷ କରିଥିଲେ l ଯେହେତୁ ଧାନ ଖରୀ ଜଳି ଗଲା ସେଥିପାଇଁ ଏବେ ଚିନ୍ତା ରେ ଚାଷୀ କଥାରେ ଅଛି ଚାଷ କାମ ଯାହାର ସବୁ ସୁଖ ତାହାର ହେଲେ ଏ ପରଦେଶୀ ପାଲି ଚାଷୀର ଦୁଃଖ ବୁଝିବ କିଏ ବିନୋଦ ସିଂଦେଓ ର 2 ଏକର ଓ ପୂର୍ଣ୍ଣ ଚନ୍ଦ୍ର ଓରାମ 3 ଏକର lପାର ମିର୍ଦ୍ଧା ର 3 ଏକର ଜମିର ସବୁ ଧାନ ସମ୍ପୂର୍ଣ୍ଣ ଭାବେ ନିଆରେ ଜଳି ଛାରଖାର ହୋଇଯାଇଛି ଚାଷୀ ଭାବି ଥିଲା ଯେ ଏକ ବର୍ଷର ଧାନ ଅମଳ କରି ଆରାମ ରେ ତାର ଦିନ କାଟିବ ହେଲେ ଦିନ କାଟିବା ତ ଦୂରର କଥା ତାର ଦୁଃଖ ବୁଝିବ କିଏ ସରକାର କୁ ଗୁହାରି କରୁଛନ୍ତି ହେଲେ କିଛି ସରକାରୀ ସହାୟତା ମିଳେ ଦୁଃଖ ଜୀବ ବୋଲି ଭାବୁଛନ୍ତି l

Leave a Reply

Your email address will not be published. Required fields are marked *