ନାଳ କୁ ପାଣି ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ ରେ ମହିଳା ମୃତ |

 

କଳାହାଣ୍ଡି11/11/2023;ନାଳ କୁ ପାଣି ପାଇଁ ଯାଇଥିବା ସମୟରେ ହାତୀ ଆକ୍ରମଣ ରେ ମହିଳା ମୃତ | ଗତକାଲି କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅନ୍ତର୍ଗତ ସୁଡେଂଗପଦର ଗ୍ରାମ ରେ ଘଟିଯାଇଥିବା ଦୃଶ୍ୟ, ଗାଁ ର ମିଲନ୍ତି ମାଝୀ ବୟସ 47 ସନ୍ଧ୍ୟା 5 ଟାରେ ପାଣି ସଂଗ୍ରହ ପାଇଁ ସ୍ଥାନୀୟ ନାଳ କୁ ଯାଇଥିଲେ ହଠାତ ଜଙ୍ଗଲୀ ହାତୀ ଆସି ତାଙ୍କୁ କାବୁ କରି ନେଇ ଗଛ ରେ ବାଡେଇ ଆକ୍ରମଣ କରିଥିଲା ଯେଉଁଥି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା. ଗ୍ରାମବାସୀ ସ୍ଥାନୀୟ ଫରେଷ୍ଟ ବିଭାଗ କୁ ଜଣେଇଥିଲେ କିନ୍ତୁ କିଛି ସୁଫଳ ନପାଇବାରୁ ଦୀର୍ଘ 13 km ଖଟିଆ ରେ ଶବ କୁ ବୋହି ବୋହି ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣୁଥିବାର ଅତ୍ୟନ୍ତ ଲଜ୍ୟା ଜନକ ଦୃଶ୍ୟ | ହାତୀ ଆକ୍ରମଣ ରେ ଏଭଳି ଅନେକଙ୍କ ଜୀବନ ଯାଉଥିବା ବେଳେ ପ୍ରଶାସନ କିନ୍ତୁ ଏଠି କୌଣସି ବିହିତ ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି. ହଁ ଦର୍ଶକ ବନ୍ଧୁ ଏ ହେଉଛି ତାହାର ତାଜା ଚିତ୍ର 13 km ଖଟିଆ ରେ ଶବ ବୁହା ହେଲ | ରାତିରେ ଶବ ବ୍ୟବଛେଦ ନ ହେଇପାରିବାରୁ ଆଜି ସକାଳେ ଶବ ବ୍ୟବଛେଦ କରି ଗ୍ରାମ ବାସୀଙ୍କୁ ହସ୍ତାନ୍ତର କରାଯିବ ଏବଂ ସରକାର ଙ୍କ ତରଫ ରୁ ଯାହା ବି ସୁବିଧା ସୁଯୋଗ ଅଛି ମୃତ ପରିବାର କୁ ଦିଆଯିଵ ବୋଲି ରାମପୁର ଥାନା ଏସ ଆଇ ପାଢ଼ୀ ବାବୁ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *