ନାଲୋକ କ୍ଷତିପୂରଣ ନଦେଲେ ଅନଶନ କରିବୁ

ଫୋକସ ପ୍ଲସ(ଅନୁଗୁଳ): ନାଲକୋ D.O.E କୋଲ୍ ବ୍ଲକ ପାଇଁ ୨୦୦୪ ରେ ଜମି ନେଲା ନାଲକୋ ହେଲେ କ୍ଷତିଗ୍ରସ୍ତ ବିସ୍ଥାପିତଙ୍କ ସ୍ଥାୟୀ ନିଯୁକ୍ତି ଓ ଥଇଥାନ କଥା ଭୁଲଗଲା ତେଣୁ ବାଧ୍ୟ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକର ଗୋପିବଲ୍ଲଭପୁର ଗ୍ରାମର ଅଧିବାସୀ ଆଜି କ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ ଭାବେ ଗଣ ଧାରଣା ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଜକୁ ପ୍ରାୟ ୨୦ ବର୍ଷ ହେବ ଭାରତ ସରକାର ଓ ଓଡିଶା ସରକାର ଏବଂ ଅନୁଗୁଳ ଜିଲ୍ଲା ପ୍ରଶାସନ ଦୁଇ ଭାଗରେ ବିଭକ୍ତ କରି ନାଲକୋ କମ୍ପାନୀ ପାଖରେ ଉତ୍କଳ D.O.E କୋଲ୍ ବ୍ଲକ ନାମରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।ତେବେ ଏହି ୨୦ ବର୍ଷ ମଧ୍ୟରେ ଉକ୍ତ କମ୍ପାନୀର ଲିଜ୍ ବାରମ୍ବାର ବାତିଲ ହୋଇ ନୂତନ ଲିଜ୍ ପାଇଥିଲେ ମଧ୍ୟ କମ୍ପାନୀ କତ୍ତୃପକ୍ଷ ଉକ୍ତ ଖଣି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରୁ ନାହାଁନ୍ତି , କିମ୍ବା ଗ୍ରାମର କୌଣସି ଉନ୍ନୟନ ମୂଳକ କାର୍ଯ୍ୟର ସହଯୋଗ କରୁନଥିବା କହିଛନ୍ତି ।

ଗ୍ରାମବାସୀଙ୍କ ସରଳତାର ସୁଯୋଗକୁ ନେଇ ନାଲକୋ କତ୍ତୃପକ୍ଷ ମିଛ ପ୍ରତିଶ୍ରୁତି ଦେଇ ୨୦୧୧ ମସିହାରେ ଗ୍ରାମବାସୀଙ୍କ ଜମିର ମୂଲ୍ୟ ନିମ୍ନ ମାନର ଦରରେ ଅର୍ଥ ଦେଇଥିବାରୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଗ୍ରାମବାସୀ RPDAC ବୈଠକରେ ଏ ଅଭିଯୋଗ କରିଥିଲେ ମଧ୍ୟ ତାହା କାଗଜ କଲମରେ ଅଟକି ରହିଛି । ଏଣୁ ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କ ଦାବି ପୂରଣ ହୋଇନଥିବାରୁ ଗ୍ରାମର ଶତାଧିକ ପୁରୁଷ ଓ ମହିଳା କ୍ଷତି ପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଗଣ ଧାରଣା ଦେଇଛନ୍ତି । ପରେ ଗ୍ରାମବାସୀ ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କ୍ଷତି ପୂରଣ ସମ୍ପର୍କରେ ଆଲୋଚନା କରିଥିବା ବେଳେ ଏ ବାବଦରେ ଜିଲ୍ଲାପାଳ ଗ୍ରାମବାସୀଙ୍କୁ କିଛି କ୍ଷତି ପୂରଣ ଦେବାକୁ ମନା କରିବାରୁ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ

 

Leave a Reply

Your email address will not be published. Required fields are marked *