ଫୋକସ ପ୍ଲସ ୧୨/୬/୨୨(ଅନୁଗୁଳ ): ବାଳିକାଙ୍କୁ ବଳତ୍କାର ଉଦ୍ୟମ କରିବା ମାମଲାର ବିଚାରକରି ଆଡହକ ଅତିରିକ୍ତଜିଲ୍ଲା ଦୌରାଜଜ(ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ) ଜଜ୍ ପି.କେ. ବହିଦାରଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାରଟଙ୍କା ଜରିମନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ତାଙ୍କୁଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ୨୦୧୯ ଜାନୁଆରୀ ୨୭ରେ ବନ୍ତଳା ଥାନା ଅଞ୍ଚଳର ଏକ ଗାଁ ଦାଣ୍ଡରେ ଭାଇ ଓ ଭଉଣୀଖେଳୁଥିଲେ । ଏହି ସମୟରେ ୫ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ଆର୍ତ୍ତତ୍ରାଣବେହେରା(୫୦) ନିଛାଟିଆ ସ୍ଥାନକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏ ନେଇନାବାଳିକାଙ୍କ ଭାଇ ଘରେ ଖବର ଦେବା ପରେ ତାଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଥିଲେ ।ସେତେବେଳକୁ ଆର୍ତ୍ତତ୍ରାଣ ଝିଅକୁ ଉଲ୍ଲଗ୍ନ ଅବସ୍ଥାରେ କୋଳରେ ବସାଇଥିଲେ । ଏହା ପରେନାବାଳିକାଙ୍କ ପରିବାର ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାରେଏକ ମାମଲା ରୁଜୁ କରି ଅଭିଯୁକ୍ତ ଆର୍ତ୍ତତ୍ରାଣଙ୍କୁ ଗିରଫ କରିଥିଲା । ଏହି ମାମଲାରେମୋଟ ୮ ଜଣ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତ ଆର୍ତ୍ତତ୍ରାଣକୁଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ ।
