ଫୋକସ ପ୍ଲସ 4/3/23(କଳାହାଣ୍ଡି): ନରପିଶାଚ ପ୍ରେମିକ,ମନା କଲା ରୁ ମାରିଦେଲା।ପ୍ରେମ ସମ୍ପର୍କ ଥିଲା ଦୁଇ ବର୍ଷ ର।ବିବାହ ପାଇଁ ନାବାଳିକା କୁ ଯିଦ୍ କଲା ପ୍ରେମିକ।ମନା କରିବାରୁ ତଣ୍ଟିଚିପି ମାରିଦେଲା। ପ୍ରେମିକ ପ୍ରେମ ଲାଲ ଏବେ ସତ ମାନିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରୁ ଘଟିଥିଲା ଘଟଣା।
ମାର୍ଚ୍ଚ ୨ ତାରିଖ ,ସକାଳ ରୁ ପହଞ୍ଚିଥିଲା ପ୍ରେମିକ ପ୍ରେମଲାଲ , ନାବାଳିକା କୁ ଯିବା ପାଇଁ ଯିଦ୍ କରୁଥିଲା। ନାବାଳିକା କୁ ବିବାହ କରିବା ପାଇଁ କହୁଥିଲା,ମନା କରିବାରୁ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବତାସିଗୁଡା ଗ୍ରାମ ର ଚନ୍ଦ୍ରଶେଖର ଦଲପତି ଙ୍କ ଝିଅ ପାର୍ବତୀ ଦଲପତୀ (୧୭) ସହ ,ଲୁହାବାହଲ ଗ୍ରାମ ର ପ୍ରେମଲାଲ ଧଙ୍ଗଡା ମାଝୀ ର କୁଆଡେ ପୁର୍ବରୁ ପ୍ରେମ ସମ୍ପର୍କ ଥିଲା।ନାବାଳିକା ଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ,ଘରୁ ଫେରାର ହେବା ପାଇଁ ନାବାଳିକା କୁ ଜିଦ୍ କରୁଥିଲା।ମନା କରିବାରୁ ସଂଧ୍ୟା ସମୟରେ ଘରେ କେହି ନ ଥିବା ସୁଯୋଗ ନେଇ ଯୁବକ ତଣ୍ଟି ଚିପି ହତ୍ୟା କରି ଫେରାର ମାରିଥିଲା।ନୃଶଂସ ନର ପିଶାଚ ପାଲଟିଲା ପ୍ରେମିକ।ଘର କୁ ଆସିଥିଲା,ପାଖ ପଡିଶା ର ଳୋକେ ଦେଖିଛନ୍ତି। ନାବାଳିକା ର ବାପା ଯେତେବେଳେ ଘର କୁ ଆସେ ଝିଅ ର ମୃତ୍ୟୁ ଶବ ପଡ଼ିଛି।
ଅଭିଯୋଗ ଅନୁସାରେ ୩୦୨ ଦଫା ରେ କେଶ ରୁଜୁ କରି ତଦନ୍ତ ପରେ ହତ୍ୟା ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜୟପାଟଣା ପୋଲିସ।
କଳାହାଣ୍ଡି ଜିଲ୍ଲା ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ