ନାଏବ ସରପଞ୍ଚଙ୍କୁ ମରଣାତ୍ମକ ଆକ୍ରମଣ

ଫୋକସ ପ୍ଲସ (ଯାଜପୁର)୧୦/୦୭/୨୦୨୨ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିହାରୀ ପଞ୍ଚାୟତର ପାଇକ ସାହିରେ ଅଘଟଣ |ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି ଗ୍ରାମର ନାଏବ ସରପଞ୍ଚ ଦୀପକ କୁମାର ମହାଳିକ | ସେ ଘରକୁ ଫେରିବା ସମୟରେ ଦୀପକ ସାହୁ ନାମକ ଜଣେ ଯୁବକ ତାଙ୍କୁ ଖଣ୍ଡରେ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ | ଆକ୍ରମଣରେ ଦୀପକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ସେପଟେ ଦୀପକ ମହାଳୀଙ୍କ ବାପା ଥାନାରେ ଅଭିଯୋଗ କରିବା ସତ୍ଵେ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିବା ସୂଚନା ମିଳିଛି |ଦୀପକ ମହାଳୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ଦୁହିଁଙ୍କ ମଧ୍ୟରେ କୌଣସି ଶତ୍ରୁତା ନଥିବା ସତ୍ଵେ ଏଭଳି ଘଟଣା କାହିଁକି ଘଟିଲା ତାର କାରଣ ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି | ପୋଲିସ ପ୍ରଶାସନ କାହିଁକି ଚୁପ ରହିଛି ତାକୁ ନେଇ ଉଠିଛି ପ୍ରଶ୍ନବାଚୀ |

 

ଯାଜପୁରରୁ ସନ୍ତୋଷ କୁମାର ମିଶ୍ରଙ୍କ ରିପୋର୍ଟ ଫୋକାସ ପ୍ଲସ ।

Leave a Reply

Your email address will not be published. Required fields are marked *