ନରୁଆ ଛକରୁ ଜବରଦଖଲ ଉଚ୍ଛେଦ

ଫୋକସ ପ୍ଲସ 27/4/23(ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ନରୁଆଛକ ରୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏବଂ ପୋଲିସ ସହାୟତାରେ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଉଛେଦ ରେ ମୋଟ ୧୨ ଟି ଦୋକାନ ଗୃହ ଭଙ୍ଗା ଯାଇଥିବା ବେଳେ ଆଉ କିଛି ଦୋକାନ ମଧ୍ୟ ରହିଯାଇଛି। ଯାହା ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚା ର ବିଷୟ ପାଲଟିଛି। ଗୋଟିଏ ବୁଲଡୋଜର ସହାୟତା ରେ ସମ୍ପୁର୍ଣ୍ଣ ଜବରଦଖଲ ଉଚ୍ଛେଦ କରାଯାଇଥିଲା। କିଛି ଦିନ ତଳେ ବେଆଇନ ଭାବେ ଜବରଦଖଲ କରିଥିବା ପ୍ଲଟ କୁ ୨୭ ତାରିଖ ଦିନ ୯ ଟା ବେଳେ ଭାଙ୍ଗି ଦିଆଯିବ ବୋଲି ବ୍ଲକ ପ୍ରଶାସନ ତରଫରୁ ଏକ ନୋଟିସ ମାଧ୍ୟମରେ ସମସ୍ତ ଦୋକାନୀ ମାନଙ୍କୁ ଅବଗତ କରାଇଥିଲା। ନୋଟିସ ଅନୁଯାୟୀ ରାସ୍ତା କଡ଼ରୁ ଦୋକାନ ଗୃହ ସବୁ ଭଙ୍ଗା ଯାଇଥଲା। ଏଥିରେ ତିର୍ତ୍ତୋଲ ତହସିଲଦାର ଅମୁଲ୍ୟ କୁମାର ସାହୁ, ତିର୍ତ୍ତୋଲ ଥାନା ଅଧିକାରୀ ଯୁଗଳ କିଶୋର ସାହୁ ଙ୍କ ସମେତ ପୋଲିସ ଫୋର୍ସ ସହାୟତା ରେ ଉଛେଦ କାମ ତ୍ବରାନ୍ବିତ ହୋଇଥିଲା।‌

Leave a Reply

Your email address will not be published. Required fields are marked *