ଯାଜପୁର28/11/2023; ଯାଜପୁର ଜିଲ୍ଲା କଲିଙ୍ଗନଗର ରେ ଏକାଧିକ କାରଖାନା ଗଢ଼ି ଉଠିବା ଫଳରେ କଲିଙ୍ଗନଗର ର ପରିବେଶ ପ୍ରଦୂଷଣ ହୋଇଥିବାର ପ୍ରଦୂଷଣ ବିଭାଗ ସିକ୍ବାର କରୁଛନ୍ତି।ତାପରେ କଲିଙ୍ଗନଗର ରେ ଥିବା ଜଖପୁରା ଗ୍ରାମ ନିକଟରେ ପୁଣି ଗୋଟିଏ କେମିକାଲ କାରଖାନା ପାଦଥାପିବାପାଇଁ ଯାଉଛି। ଯାହାର ପରିବେଶ ଜନିତ ଜନଶୁଣାଣି ଗତ ୨୦.୧୦.୨୩ ରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ଲୋକ ଜନଶୁଣାଣି କୁ ଘୋର ବିରୋଧ କରିବା ସହିତ ସଂପୂକ୍ତ କାରଖାନା ର ଅଧିକାରୀ ଙ୍କୁ ଗୋ ବ୍ଯାକ୍ ନାରା ଦେଇ କେମିକାଲ କାରଖାନା କୁ ଘୋର ବିରୋଧ କରିଥିଲେ। ଯାହା ଫଳରେ ଜନଶୁଣାଣି ଫେଲହେଇଥିବା କଥା ପ୍ରଦୂଷଣ ବିଭାଗ ନୋଟିସ ରେ ଲିଖିତ ଭାବରେ ପ୍ରକାଶ ପାଇଛି। ଯାହା କୁ ବିରୋଧ କରିବା ପାଇଁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନେ ଗେଟ୍ ସମ୍ମୁଖ ରେ ଆନ୍ଦୋଳନ କରୁଥିଲେ। ମାତ୍ର ପୂର୍ଣ୍ଣଚ ଆସନ୍ତା କାଲି ତଥା ୨୯.୧୧.୨୩ ରେ ଦିତୀୟ ଥର ଜନଶୁଣାଣି ହେବାକୁ ପରିବେଶ ପ୍ରଦୂଷଣ ବିଭାଗ ନୋଟିସ ଯାରି କରିବା ପରେ ଶୁଣିବା ପାଇଁ ମିଲୁଛି କି ଜନଶୁଣାଣି କୁ ସଫଳ କରିବା ପାଇଁ କିଛି ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ କିଛି ଅସାମାଜିକ ବ୍ଯକ୍ତି ମିଶି ଜନଶୁଣାଣି କୁ ସଫଳ କରିବା ପାଇଁ ଭଳ ଆକାରର ହାତଗୁଞା ନେଇ କିଛି ହାତଗଣତି ଲୋକ ମାନଙ୍କୁ ହାତଗୁଞା ଦେଉଥିବା ଖବର ମିଳୁଛି। ଯେଉଁ କାରଖାନାର ଜନଶୁଣାଣି କୁ ୧ ମାସ ପୂର୍ବରୁ ବିରୋଧ କରୁଥିଲେ କି କେମିକାଲ କାରଖାନା ହେଲେ ସ୍ଥାନୀୟ ଲୋକ ମରିଜିବେ ମାତ୍ର କଣ ହେଲା ଯେ ଏକ ମାସ ପରେ ସେହି କାରଖାନା ରୁ ସପକ୍ଷ ରେ ଲୋକ ମାନଙ୍କୁ ବୁଝାଉଛନ୍ତି। ଏଠି ଭୋଟ ପାଇଁ ନୋଟ କାରବାର ହେଉଥିବା କଥା ଶୁଣିବା ପାଇଁ ମିଳିଥିଲା କିନ୍ତୁ ମଣିଷ ଜୀବନ କୁ ନେଇ ନୋଟ କାରବାର ହେଉଥିବା କଥା ପ୍ରଥମ ଥର କଲିଙ୍ଗନଗର ତଥା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଲୁଛି । ତେଣୁ ଆସନ୍ତା ନିର୍ବାଚନ ରେ ସାଧାରଣ ଜନତା ସବୁ କଥା ର ହିସାବ କରିବା ପାଇଁ ମନଭିତରେ ଗୋଟିଏ ପ୍ରକାର ନିଷ୍ପତ୍ତି ନେଇଥିବା କଥା ସାଧାରଣ ରେ ଆଲୋଚନା ହେଉଥିବା ଦେଖିବାକୁ ମିଲିଛି।