ନବୀନ ଓଡ଼ିଶା ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ପାଟକୁରା ଗରଦପୁର ବ୍ଲକ ଅନ୍ତର୍ଗତ ମାନବ ସମ୍ବଳ ବିକାଶ ମହିଳା ମହାବିଦ୍ୟାଳୟ ରେ ନବୀନ ଓଡ଼ିଶା ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ର ଉଦ୍ ଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ପାଟକୁରା ବିଧାୟିକା ଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଓ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ ମହାରାଜ ଏହି କାର୍ଯ୍ୟକ୍ରମ ରେ କ୍ରୀଡା ମନୋରଞ୍ଜନ ଏବଂ ଶିକ୍ଷା କ୍ଷେତ୍ରରେ ଛାତ୍ରୀ ମାନଙ୍କ ମଧ୍ୟରେ ଆଗ୍ରହ ଉତ୍ସାହ ପ୍ରତିଭା ର ପରିପ୍ରକାଶ କିଭଳି ହୋଇ ପାରିବ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଶ୍ରୀ ଅଗ୍ରୱାଲ ଛାତ୍ରୀ ଙ୍କୁ ଅଭିଭାଷଣ ମଧ୍ୟରେ ଅବଗତ କରାଇଥିଲେ ଏବଂ ବିଭିନ୍ନ ଇଭେଣ୍ଟ ରେ ଭାଗନେଇଥିବା ଛାତ୍ରୀ ମାନଙ୍କୁ ଶ୍ରୀ ଅଗ୍ରୱାଲ ଏବଂ ଅଭୟ ମହାରାଜ ପୁରସ୍କୃତ କରିଥିଲେ ଏହି କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଅଦକ୍ଷ ,ଗଗନ ବିହାରୀ ସ୍ଵାଇଁ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପକ ଗୋକୁଳାନନ୍ଦ ସାହୁ ସଭାକୁ ପରିଚାଳନା କରିଥିବା ବେଳେ ଏହି କାର୍ଯ୍ୟକ୍ରମ ର ମୂଖ୍ୟ କୋଡ଼ି ନେଟର ଅଧ୍ୟାପିକା ବିଜୟା ଲକ୍ଷ୍ମୀ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରି ସମାପ୍ତି ହୋଇଥିଲା

Leave a Reply

Your email address will not be published. Required fields are marked *