ଫୋକସ ପ୍ଲସ 2/12/22 ( ପାଲଲହଡା):ନବୀନଙ୍କ ଗୁଡ଼ବୁକ ରେ ଯୁବନେତା ଅବନୀ |ଦର୍ଶକ ବନ୍ଧୁ ଏକଥା ଆମେ କହୁନୁ ଖୁଦ ଶାସକ ଦଳର ବରିଷ୍ଠ ଏବଂ ଉଚ୍ଚ ପଦରେ ରେ ଥିବା ନେତା ମାନେ ହିଁ ଅନୁମାନ କରିପାରିଛନ୍ତି |ଯୁବନେତା ଅବନୀକାନ୍ତ ସାହୁ କଣ ? ଶାସକ ବିଜୁ ଜନତା ଦଳର ପୌରାଞ୍ଚଳ, କିମ୍ବା ଉପନିର୍ବାଚନ ହେଉ ସବୁଠି ଅବନୀ ଡକା ହୋଇଥାଏ ବୋଲି ଶୁଣିବାକୁ ମିଳିଛି | କମ ସମୟ ସୀମା ଭିତରେ ବିଜୁ ଜନତା ଦଳକୁ ନବୀନଙ୍କ ନିତି ଆଦର୍ଶକୁ ଅନୁପ୍ରାଣିତ ହୋଇ ଯୁବନେତା ଅବନୀ ଉଲ୍ଲାଇଥିଲେ ରାଜନୀତିକୁ ଯେଉଁଥିରେ ଲୋକଙ୍କ ସେବା କରିବାରେ ସୁଯୋଗ ମିଳିବ ବୋଲି | କମ ସମୟ ଭିତରେ ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ ତଥା ସାଙ୍ଗଠନିକ ସମ୍ପାଦକଙ୍କ ପ୍ରିୟ ପାତ୍ର ହୋଇଛନ୍ତି ଅବନୀ |ପାଲଲହଡା ବିଧାନସଭା କ୍ଷେତ୍ରରେ ପଂଚାୟତ ନିର୍ବାଚନ ବେଳେ ଦୁଇ ଦୁଇଟା ଜିଲ୍ଲା ପରିଷଦ ବିଜେପି ହାତରେ ଆଣିଛନ୍ତି ପରବର୍ତୀ ସମୟରେ ଦେବଗଡ଼ ପୌରପରିଷଦ ନିର୍ବାଚନରେ ବିଜେପିର ବିଧାୟକ ଥାଇ ମଧ୍ୟ ବିଜେଡି ଅଧକ୍ଷା ପଦ ହାତେଇ ନେଇଥିଲା | ପୁଣି ବ୍ରଜରାଜନଗର ଉପନିର୍ବାଚନ ରେ ମଧ୍ୟ ନିର୍ଦିଷ୍ଟ ପଂଚାୟତ ଅବନୀଙ୍କୁ ଦାୟିତ୍ୱ ଦେଇଥିଲା ବିଜେଡିର ଆଉ ଆଶା ଠାରୁ ଅଧିକ ସଫଳ ଦେଇଛନ୍ତି ଅବନୀ |ଅବନୀଙ୍କ କାର୍ଯ୍ୟରେ ବିଶ୍ୱାସ ଭାଜନ ହୋଇ ତାମଡା ଅଧକ୍ଷ ପଦ ମାନ୍ୟବର ସୁପ୍ରିମୋ ନବୀନ ପଟ୍ଟନାୟକ ମଞ୍ଜୁର କଲେ |ତାମଡା ଅଧକ୍ଷ ପାଇବା ପରେ ପରେ ପୁଣି ଡାକରା ଆସିଲା ଅବନୀଙ୍କୁ ପଦ୍ମପୁର ଉପନିର୍ବାଚନର ସଂଗଠନ ଦାୟିତ୍ୱ ପାଇଁ | ପଦ୍ମପୁର ଉପନିର୍ବାଚନର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକୁ ମାନି, ବିଜୁ ଜନତାର ନିୟମ ମାନି ଉପଦେଷ୍ଟାଙ୍କ କାର୍ଯ୍ୟ ଅନୁସରଣ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ବ୍ଳକ ଝାରବନ୍ଧ ପଂଚାୟତର ସମ୍ପୂର୍ଣ ଦାୟିତ୍ୱ ତୁଲାଇଛନ୍ତି ଯୁବନେତା ଅବନୀ |ଝାରବନ୍ଧ ପଂଚାୟତରେ 100% ରୁ 25% ବିଜେପି ଆଉ କଂଗ୍ରେସ କର୍ମୀ ଥିଲେ ସୁଦ୍ଧା ନିଜର ବିଚକ୍ଷଣ ବୁଦ୍ଧି ଲଗାଇ ପଂଚାୟତକୁ ସମ୍ପୂର୍ଣ ବିଜେଡି କର୍ମୀ ମୟ କରିବାରେ ପ୍ରୟାସ ରଖିଛନ୍ତି | ନିଜର ଦାୟିତ୍ୱକୁ ସୁଚାର ରୂପେ ତୁଲାଇ ଦୁଇ ଦୁଇ ଥର ଅନ୍ୟ ଦଳର କର୍ମୀ ମାନଙ୍କୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ କରିଛନ୍ତି ଅବନୀ |ତାଙ୍କ ବିଚକ୍ଷଣ କାର୍ଯ୍ୟ, ବିଚକ୍ଷଣ ରାଜନୀତିରେ ବରିଷ୍ଠ ବରିଷ୍ଠ ବିଜେଡି ନେତା ବିଧାୟକ, ମନ୍ତ୍ରୀ, ପର୍ଯ୍ୟବେକ୍ଷକ ମାନେ ଅବନୀଙ୍କ ପ୍ରତି ଖୁସି ସାବ୍ୟସ୍ତ ଅଛନ୍ତି ବୋଲି ଚର୍ଚ୍ଚା | ପଂଚାୟତରେ ଯୁବକଙ୍କୁ ନେଇ କ୍ରିକେଟ ଟୁର୍ନାମେଣ୍ଟ କରି ସଂଗଠନ କରିବା, ମହିଳାଙ୍କୁ ନେଇ ମିଶନ ଶକ୍ତି ଉପରେ ଆଲୋକପାତ କରିବା ଓ ମହିଳା ସମାବେଶ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ ଉପରେ ବୁଝାଇବା ଏବଂ ପୁରୁଷଙ୍କୁ ନେଇ ସଂଗଠନ ଗଢିବା ଏକ କାଠିକର ପାଠ ହୋଇଥିଲେ ସୁଦ୍ଧା ସକାଳୁ ସଂଧ୍ୟା ଯାଏ ନିଜ ଦାୟିତ୍ୱ ଥିବା ଝାରବନ୍ଧ ପଞ୍ଚାୟତରେ ହିଁ କାର୍ଯ୍ୟରେ ଲିପ୍ତ ଥାନ୍ତି ଅବନୀ |ଆଗାମୀ 5 ତାରିଖରେ ଭୋଟରଙ୍କ ମତଦାନ ଥିବାବେଳେ 8 ତାରିଖ ଦିନ ଫଳାଫଳ ବିଜୁ ଜନତା ଦଳର ଆଶା ଠାରୁ ଏକ ହଜାର ଭୋଟରେ ଆଗୁଆ ରହିବ ବିଜେଡି ବୋଲି ଯୁବ ନେତା ଅବନୀ ମତାମତ ଦେଇଛନ୍ତି |
ନବୀନଙ୍କ ଗୁଡ଼ବୁକ ରେ ଅବନୀ |
