ଫୋକସ ପ୍ଲସ ୧/୨/୨୩(ବ୍ୟୁରୋ): ପିଏସ୍ଓ ମିତ୍ରଭାନୁ ଦେଓଙ୍କୁ ସସ୍ପେଣ୍ଡ୍ କରାଯାଇଛି।ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ତାଙ୍କ ପିଏସ୍ଓଙ୍କୁ ସସ୍ପେଣ୍ଡ୍ କରାଯାଇଛି। ସେପଟେ ବ୍ରଜରାଜନଗର IIC ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କ ବଦଳି ହୋଇଛି। ପ୍ରଦ୍ୟୁମ୍ନ ସ୍ୱାଇଁଙ୍କୁ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଗାନ୍ଧିଛକ ଫାଣ୍ଡି ଅଧିକାରୀ SI ଶଶିଭୂଷଣ ପୋଢ଼ଙ୍କୁ ମଧ୍ୟ ବଦଳି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଶଶିଭୂଷଣ ବଦଳି ହୋଇଛନ୍ତି। ସମ୍ବଲପୁରରୁ ଝାରସୁଗୁଡ଼ାକୁ ଆସିଲେ ଇନ୍ସପେକ୍ଟର ଧବଳେଶ୍ୱର ସାହୁ।ସୂଚନାଥାଉ କି, ରବିବାର ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ମନ୍ତ୍ରୀ ନବ ଦାସଙ୍କ ଉପରୁ ପୋଲିସ୍ ASI ଗୋପାଳ ଦାସ ଗୁଳିମାଡ଼ କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ୱର ଆପୋଲ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା।
ନବଦାସଙ୍କ PSOକୁ ସସପେଣ୍ଡ
