ନଦୀ ପାର ବେଳେ ଭାସିଗଲେ ବୃଦ୍ଧ

ଫୋକସ ପ୍ଲସ (ନିଆଳି): ନଦୀ ପାର ହେଉଥିଲେ ହେଲେ ହରେଇଦେଲେ ଜୀବନ |କଟକ ଜିଲ୍ଲା ନିଆଳି ଥାନା ବିନିଶପୁର ପଞ୍ଚାୟତର ଆମ୍ବାପଡା ଗ୍ରାମର ମାଧବ ପୃଷ୍ଟି ନାମାଳ ଜଣେ ବୃଦ୍ଧ ନିଜ ଘରୁ ବାହାରି ଯାଇଥିଲେ ଶ୍ରମିକ ମାନଙ୍କୁ ଟଙ୍କା ଦେବା ପାଇଁ ।ପ୍ରାଚୀ ନଦୀ ପାର ହୋଇ ଯାଉଥିବା ସମୟରେ ହଠାତ ଭାସିଗଲେ ବୃଦ୍ଧ |ଖବର ଜାଣିବା ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ |ପରେ ନିଆଳି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।‌ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ପହଞ୍ଚି ନଦୀରେ ବହୁ ଖୋଜାଖୋଜି ପରେ ମାଧବଙ୍କ ମୃତ୍ୟୁ ଦେହ ଉଦ୍ଧାର କରିଥିଲେ। ଖବର ପାଇ ଘଟଣାସ୍ଥଳରେ ନିଆଳି ପୋଲିସ ମୃତ୍ୟୁ ଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ନିଆଳିରୁ କବି ପ୍ରସାଦ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *