ନଦୀ ପାଣିରେ ପଶି ବିଦ୍ୟାଳୟ ଯାଉଛନ୍ତି ଛାତ୍ରଛାତ୍ରୀ

ଫୋକସ ପ୍ଲସ(କାଶୀପୁର): କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ଲେଲିଗୁମା ଗାଁକୁ ନାହିଁ ରାସ୍ତା |ଫଳରେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସାମ୍ମନା କରୁଛନ୍ତି ଗ୍ରାମବାସୀ |ରାସ୍ତା ଖଣ୍ଡିଏ ନଥିବାରୁ ଯିବାଆସିବା କରିବାକୁ ହେଲେ ଏକ ନଦୀ ପାର ହଇ ଯିବାକୁ ପଡେ |ବିଦ୍ୟାଳୟକୁ ପାଠ ପଢିବାକୁ ଯିବା ସମୟରେ କୁନିକୁନି ଛାତ୍ରଛାତ୍ରୀ ମାନେ ପାଣିରେ ପଶି ନଦୀ ପାରି ହୋଇ ବିପଦପୂର୍ଣ୍ଣ ଭାବରେ ଯାଉଛନ୍ତି |ତେବେ ଗାଁ ରେ ପୋଲ ଟିଏ କେବେ ହେବ ବୋଲି ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ |

କେତେବେଳେ କଣ ଘଟିବ ତାହା କିଏ କହିବା କେବଳ ଭଗବାନଙ୍କୁ ଭରସା କରି ଏମିତି ବଞ୍ଚି ଆସୁଛନ୍ତି ଗ୍ରାମବାସୀ lବଣ ଜଙ୍ଗଲ ଘେରା ଲେଲିଗୁମା ଗାଁ ରେ କେବେ ପୋଲ ଟିଏ ଏବଂ ରାସ୍ତା ହେବ ସରକାରଙ୍କୁ ଗୁହାରି କରିକରି ଦିନ ସରିଯାଉଛି |ହେଲେ ଶୁଣୁନାହାନ୍ତି ପ୍ରଶାସନ lସିରିପାଇ ପଞ୍ଚାୟତରେ ରାସ୍ତା, ବିଶୁଦ୍ଧ ପାନୀୟ ଜଳ , ସ୍ୱାସ୍ଥ୍ୟ ସେବା , ଶିକ୍ଷା ଓ ମୋବାଇଲ ସେବାର ବ୍ୟବସ୍ତା କେବେ ପହଞ୍ଚିବ ସେ କଥା ସରକାର ହିଁ ଜାଣି ଥିବେ l ଆଉ କେତେ ବର୍ଷର ଶାସନ ପରେ ମିଳିବ ସୁବିଧା ଆଉ କେତେ ଥର ଭୋଟ ଦେବାକୁ ପଡ଼ିବ ଆମର ପ୍ରିୟ ସରକାରକୁ ଏହି ମୌଳିକ ସୁବିଧା ପାଇଁ , ଦେଖିବା ଏହି ନିୟୁଜ ପ୍ରସାରଣ ପରେ ପ୍ରଶାସନ କେତେ ତତ୍ପରତା ଦେଖାଉଛନ୍ତି ଦେଖିବାକୁ ବାକି ରହିଲା l

କାଶୀପୁରରୁ କର୍ଣ୍ଣ କନ୍ଦପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *