ଧୋକା ଦେଲା, ସରକାରୀ ବିହନ

ଫୋକସ ପ୍ଲସ (କଳାହାଣ୍ଡି)୧୩/୦୭/୨୦୨୨ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ପଂଚାୟତ ରଏନଗୁଡା ଗାଁ ରେ ୯୦ ରୁ ଉର୍ଦ୍ଧ୍ବ ଲୋକ ସରକାରୀ ବିହନ ଆଣି ବୁଣି ୧୫ ଦିନ ବିତିଯାଇଥିଲେ ବି ଗଜା ହେଉନି।ଯାହାରି ଫଳରେ ଧାର କରଜ କରି ଚାଷ କରୁଥିବା ଚାଷୀ ଙ୍କ ମୁଣ୍ଡରେ ଚଡକ ପଡିଯାଇଛି।ଚାଷୀମାନେ ସରକାରୀ ବିହନ କୁ ଭରସା କରି ଗ୍ରାମ ର ଜଣେ ବ୍ୟବସାୟୀ ଙ୍କ ଠାରୁ ଧାନ ବିହନ କିଣିଥିଲେ ଉକ୍ତ ବସ୍ତାରେ ଓଡ଼ିଶା ରାଜ୍ୟ ବିହନ ନିଗମ ଲେଖାଯାଇଛି।ରାଜ୍ୟ ସରକାର ଲାଇସେନ୍ସ ପ୍ରାପ୍ତ ଡିଲର କୁ ବିହନ ବିକ୍ରି କରିବା ପାଇଁ ଦିଅନ୍ତି।ହେଲେ ବହୁ ଚାଷୀ ଧାନ ବିହନ ଗଜା ନ ହେବା ପ୍ରକାଶ କରିଛନ୍ତି।ରାଜ୍ୟ ସରକାରଙ୍କ ନିମ୍ନ ମାନର ବିହନ ଧାନ ଉପରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା କୃଷି ଅଧିକାରୀ ଜାନୀ ସୂର୍ୟ। ରାଓ କୃଷିବୀମା ଥିଲେ ହି ଆମେ କିଛି ସହଯୋଗ କରିବୁ ବୋଲି ପ୍ରକାଶ କରିଛନ୍ତି।

ଧର୍ମଗଡ଼ରୁ ବିଶ୍ୱରଞ୍ଜନ ପାତ୍ରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *