ଧୋଇନେଲା ଚାଷୀର ସୁନାର ଫସଲ

ଫୋକସ ପ୍ଲସ(ସାଲେପୁର)୨୧/୦୮/୨୦୨୨: ମହାନଦୀ ରେ ପ୍ରଳୟଙ୍କାରି ବନ୍ୟା ଭାଙ୍ଗିଦେଲା ଚାଷୀର ମେରୁଦଣ୍ଡ ଧୋଇନେଲା ଚାଷୀର ସୁନାର ଫସଲ । ଲହଡ଼ି ମାରୁଛି ଜମିରେ ପାଣି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ସାଲେପୁର ବ୍ଲକ୍ ର ଅନେକ ଗ୍ରାମରେ ବର୍ଷା ଦିନରେ ଜମିରେ କରଯାଇଥିଲା ପନିପରିବା ଚାଷ । ବିଶେଷ କରି ସାଲେପୁର ବ୍ଲକ ର ବାଲିସାହି, ତେନ୍ତୋଳ, ପାଟପୁର, ଆତୋଡା, ବାରବୋଡିଆ ଓ ମହାନଦୀ, ଚିତ୍ରୋତ୍ପଳା ତ୍ରୀକୋଣ ଭୂମିର ଦିପାଞ୍ଚଳର ଗୁଆଳି,ରଟିଲୋ,ପୁରୁଣାହାଟ, ସୁଦ୍ଧୁଖଣ୍ଡ ଆଦି ଅଞ୍ଚଳରେ ହଜାର ହଜାର ଚାଷୀ ଅଧିକ କଖାରୁ ଅନ୍ୟାନ୍ୟ ପନିପରିବା ଓ ଧାନ ଚାଷ କରିଥାନ୍ତି । ମହାନଦୀ ରେ ପ୍ରଳୟଙ୍କରୀ ବନ୍ୟା ଆସି ଧୋଇନେଜାଇଛି ସବୁକିଛି । ଧାର କରଜ ସହ ବ୍ୟାଙ୍କ ରୁ ରୁଣ କରି ବର୍ଷାଦିନେ ଜମିରେ କଖାରୁ,ପୋଟଳ, ବାଇଗଣ, ଭେଣ୍ଡି, ଝୁଡୁଙ୍ଗ କାଙ୍କଡ଼,ଜହ୍ନି,ଲଙ୍କା ଆଦି ଲଗାଇଥିଲା ଭଲ ଦି ପଇସା ରୋଜଗାର କରିବା ପାଇଁ । ବିଶେଷ କରି ଏହିସବୁ ଅଞ୍ଚଳରେ ୮୦ଭାଗ ଚାଷୀ କଖାରୁ ଚାଷ କରି କଲିକତା, ଦିଲ୍ଲୀ, ମୁମ୍ବାଇ ସହ ରାଜ୍ୟ ର ବିଭିନ୍ନ ଅଞ୍ଚଳ କୁ ପଠାଇ ଥାନ୍ତି।ଏଥିରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି।ଏବେ କଖାରୁ ବିଲକୁ ଦେଖି ଚାଷୀ ହୋସ ଉଡିଯାଉଛି।ଏହି ଚାଷରୁ ରୋଜଗାର ରେ ମହାମହଜନ ଓ ବ୍ୟାଙ୍କ ରୁଣ ଶୁଝିବା ସହିତ ପରିବାର ବର୍ଷକର ଭରଣ ପୋଷଣ କରିଥାନ୍ତି ବୋଲି ଚାଷୀ କହିଛନ୍ତି । ଚାଷୀ ର ଆସାକୁ ଛଡ଼ାଇ ନେଲା ମହାନଦୀ ପ୍ରଳୟଙ୍କାରି ବନ୍ୟା । ଯୁଆଡେ ଦେଖିବ ପାଣି ଆଉ ପାଣି । ସରକାରୀ ସହାୟତାକୁ ଅପେକ୍ଷା କରି ବସିଛି ଚାଷୀ।

ସାଲେପୁର ରୁ ସନ୍ତୋଷ କୁମାର ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ୍।

 

Leave a Reply

Your email address will not be published. Required fields are marked *