ଧର୍ମଶାଳାରେ ଅହିଂସା ରଥକୁ ଭବ୍ୟସମ୍ବର୍ଦ୍ଧନା

ଫୋକସ ପ୍ଲସ(ଧର୍ମଶାଳା): ସ୍ୱାଧୀନତା ର 75ତମ ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ମନପକାଇବା ଉଦେଶ୍ୟରେ ସାରା ଦେଶରେ ଅଗଷ୍ଟ ପନ୍ଦର ଠାରୁ ଅହିଂସା ରଥ ପରିକ୍ରମା କରୁଅଛି l ଏହି ପରି ପେକ୍ଷୀରେ ଆଜି ଏହି ରଥ ଆସି ଧର୍ମଶାଳା ରେ ପହଂଚିଥିଲା l ଧର୍ମଶାଳା ର ଜାରକା ଛକ ରେ ଥିବା ସିବିକେ ସେଣ୍ଟର ନିକଟରେ ଏହାକୁ ଧର୍ମଶାଳା ବ୍ଲକ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇ ଥିଲା l ଧର୍ମଶାଳା ବ୍ଲକ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ବଳ ତତ୍ୱାବଧାନ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଥିଲା l ଦେଶାତ୍ମକ ଗୀତ ରେ ଧର୍ମଶାଳା ବାଣୀ ପୀଠ ର ଛାତ୍ର, ଛାତ୍ରୀ ମାନେ ନାଚି ଥିଲେ ଓ ଗୀତ ଗାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଧର୍ମଶାଳା ତହସିଲଦାର ଶ୍ରୀଯୁକ୍ତ ସ୍ୱାଗତ ଦାସ,ବ୍ଲକ ଅଧକ୍ଷ ଶ୍ରୀ ଯୁକ୍ତ ପ୍ରଭାତ ବଳବନ୍ତ ରାୟ, ସମସ୍ତ ବ୍ଲକ କର୍ମ ଚାରି, ସମସ୍ତ ଅଙ୍ଗନବାଡି କର୍ମୀ, ସମସ୍ତ ପଂଚାୟତ ର ଜନପ୍ରତିନିଧି, ସ୍ୱେଚ୍ଛାସେବୀ କର୍ମୀ ଓ ଛାତ୍ର, ଛାତ୍ରୀ ମାନେ ଉପସ୍ଥିତ ଥାଇ ଅହିଂସା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଜାତୀୟ ପତକା ଧରି ଦେଶାତ୍ମକ ଗୀତରେ ଝୁମୁ ଥଲେ l ଅହିଂସା ରଥ ଯାତ୍ରlକୁ ଶୃଙ୍ଖଳିତ କରି ବାକୁ ପୋଲିସ ପ୍ରଶାସନ ଓ ସ୍କୁଲ କଲେଜ ର ଶିକ୍ଷାର୍ଥୀ ବାହିନୀ ସ୍କାଉଟ ଗାଇଡ଼ କୁ ନିୟୋଜିତ କରା ଯାଇଥିଲା l ଶେଷରେ ନିକଟରେ ଥିବା ଗୋପବନ୍ଧୁ ପ୍ରତମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଦିଆ ଯାଇ ଅହିଂସା ରଥ ଆଗକୁ ଗଡ଼ିଥିଲା l

ଧର୍ମଶାଳାରୁ ପ୍ରମୋଦ ରାଉତଙ୍କ ସହ ଦିବାକର ଲେଙ୍କାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *