ଦ୍ରୁତ ଗତିରେ ଏକ ହାଇଓ୍ବା ପିକଅପକୁ ଧକ୍କା ଦେଇଥିଲା,ଘଟଣାସ୍ଥଳରେ ପିକଅପ ହେଲପର ମୃତ।

ପ୍ରକାଶ ଯେ, ଟାଙ୍ଗୀରୁ ଓଆର-୦୫-ଏଏସ-୬୧୨୫ ପିକଅପରେ ପାରାଦୀପ ଗଡ଼ ମଦକାଉଣ୍ଟରର  ମଦ ବୋଝେଇହୋଇ ଆସୁଥିଲା l ଏହି ଗାଡ଼ିର କୁଜଙ୍ଗ କୃଷିଫାର୍ମ ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା l ଫଳରେ ଡ୍ରାଇଭର ନିର୍ଦ୍ଦେଶକ୍ରମେ ହେଲପର କାମକରୁଥିଲେ l. ଏହି ସମୟରେ ପଥପଟୁ ଦ୍ରୁତ ଗତିରେ ଏକ ହାଇଓ୍ବା ପିକଅପକୁ ଧକ୍କା ଦେଇଥିଲା l ଫଳରେ ପିକଅପ କେନାଲ କଡ଼କୁ ଓଲଟି ପଡ଼ିଥିଲା l ଏହି ସମୟରେ ହେଲପର ଗାଡ଼ିତଳେ ଚାପି ହୋଇଯାଇଥିଲେ । ତାଙ୍କୁ ଦେବଦୂତ ସଡକ ସୁରକ୍ଷା ବାହିନୀ ସଭାପତି ପଙ୍କଜ କୁମାର ତରାଇ ଓ ତାଙ୍କ ସହଯୋଗୀମାନେ ଉଦ୍ଧାର କରିଥିଲେ l ମାତ୍ର ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା l ମୃତ ବ୍ୟକ୍ତିଙ୍କ ନାମ ସୁବାସ ହୋଇଥିବା ବେଳେ ତାଙ୍କ ଘର ଟାଙ୍ଗୀ ଅଞ୍ଚଳରେ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *