ଦୋକାନରେ ପଶିଲା ଟ୍ରକ୍, ଜଣେ ମୃତ ୨ ଗୁରୁତର

ଫୋକସ ପ୍ଲସ (ଧାମନଗର)୧୦/୦୭/୨୦୨୨ : ବାଇକ୍‌କୁ ଧକ୍କା ଦେଇ ଦୋକାନରେ ପିଟିହେଲା ମେଡିସିନ ବୋଝେଇ ଟ୍ରକ୍। ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବାରିକପୁର ନିକଟ ରାଜେନ୍ଦ୍ରପୁର ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସୂଚନାନୁଯାୟୀ, ବାରିକପୁର ନିକଟ ରାଜେନ୍ଦ୍ରପୁର ଛକ ନିକଟରେ ଏକ ମେଡିସିନ ବୋଝେଇ ଟ୍ରକ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ରାସ୍ତା କଡ଼ରେ ଥିବା ଏକ ଦୋକାନରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲରେ ମୃତ ଘୋଷଣା କରାଯାଇଛି। ଆଉ ୨ ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି।

ଧାମନଗର ରୁ ଲକ୍ଷ୍ମୀଧର ପାଣିଗ୍ରାହୀ ଙ୍କ ସହିତ ଅରୁଣ ଦାସ |

Leave a Reply

Your email address will not be published. Required fields are marked *