ଦେଶରେ ଦ୍ରୁତ ଗତିରେ ବଢିଚାଲିଛି ଇନଫ୍ଲୁଏଞ୍ଜା

ଫୋକସ ପ୍ଲସ 5/3/2023(ବ୍ୟୁରୋ): କୋଭିଡ ମହାମାରୀ ଯେମିତି ଦ୍ରୁତ ଗତିରେ ବଢିଚାଲିଥିଲା ଆଉ ଏଥିରେ ଲୋକଙ୍କୁ ସତର୍କ ରହିବାକୁ କହିଥିଲେ କେନ୍ଦ୍ର ସରକାର ଠିକ ଏବେ ମଧ୍ୟ ଦେଶରେ ଦ୍ରୁତ ଗତିରେ ଇନଫ୍ଲୁଏଞ୍ଜା ବଢି ଚାଲିଛି | ଘରେ ଘରେ ଲୋକଙ୍କୁ ଥଣ୍ଡା ଜ୍ୱର ହେଉଛି | ଆଉ ଲଗାତାର କାଶ ମଧ୍ୟ ହେଉଛି |ଇନଫ୍ଲାଏଞ୍ଜାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ଅନେକ ସପ୍ତାହ ପର୍ଯ୍ୟନ୍ତ କାଶ ସମସ୍ୟା ହୋଇପାରେ ବୋଲି ସୂଚନା ରହିଛି | ଛୋଟଠୁଁ ବଡ଼ ସମସ୍ତଙ୍କୁ ଆକ୍ରମଣ କରୁଛି ଥଣ୍ଡା ଜ୍ଵର | ତେବେ ଏନେଇ ପରାମର୍ଶବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର | ଦେଶରେ ଥଣ୍ଡା ଜ୍ୱର ବଢି ବଢି ଚାଲିଛି | ଆଉ ଏଥିପାଇଁ ଭୟଭୀତ ନ ହେବାକୁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର | ତେବେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଇନଫ୍ଲାଏଞ୍ଜା ଇଂଜେକସନ ବିଷୟରେ କମ୍ ସଚେତନତା ଯୋଗୁଁ, ସାରା ଦେଶରେ ଏହାର ରୋଗ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା କଥା ହେଲା ଯେ ଜଣେ ବ୍ୟକ୍ତି ପ୍ରତିବର୍ଷ ଇନଫ୍ଲାଏଞ୍ଜାରେ ଇଞ୍ଜେକ୍ସନ ଦେବା ଉଚିତ୍। ତେବେ ଏନେଇ ଆଇସିଏମଆର ଆଡଭାଇଜରୀ ଜାରି କରି କହିଛି ଯେ ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚଥ୍ରୀଏନଟୁ ଭାଇରସ ଯୋଗୁଁ ଏଭଳି ଘଟଣା ଘଟୁଛି । କିଛି କ୍ଷେତ୍ରରେ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଛି । ଆଉ କିଛି ଲୋକ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଉଛି । ଏହି ଭାଇରସ ସେତେ ଘାତକ ନୁହେଁ ତଥାପି ଆମେ ସର୍ତକ ରହିବା ଜରୁରୀ ଅଟେ ।ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡାକ୍ତରଖାନାରେ ଭର୍ତ୍ତି ହେବା ଆବଶ୍ୟକ । ହାତକୁ ଭଲଭାବରେ ସଫା କରିବା, ମାସ୍କ ପିନ୍ଧି ଗହଳି ସ୍ଥାନକୁ ଯିବା, କାଶ ଛିଙ୍କ ବେଳେ ମୁହଁ ଘୋଡାଇ ରଖିବା, ପ୍ରଚୁର ପରିମାଣରେ ପାଣି ପିଇବା, ଆଖି ନାକକୁ ଛୁଇଁବାନି, ହାତ ମିଳାଇବାକୁ ବାରଣ କରାଯାଇଛି । ଗତ ଦୁଇମାସ ହେବ ଲୋକଙ୍କ ନିକଟରେ ଏଭଳି ଲକ୍ଷଣ ପ୍ରକାଶ ପାଉଛି । ଯଦିଓ କରୋନା ମହାମାରୀ ସଙ୍କଟ ଏବେ କିଛି ମାତ୍ରାରେ କମିଛି ତଥାପି ଲଗାତାର ଶରୀରରେ ଥଣ୍ଡା, ଜ୍ୱର ଓ କାଶ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ରହୁଛନ୍ତି । କିନ୍ତୁ ଏଥିରେ ଭୟଭୀତ ନ ହୋଇ ଏବେଠାରୁ ସତର୍କ ରହିଲେ ଆମେ ସୁସ୍ଥ ରହିପାରିବା |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *