ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ଏବଂ ନିଜ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମାଲୋଚନା କରିବା ପରେ ସୁଲତା ଦେଓ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କୁ କ୍ଷମା ମାଗୁଛି।
ପହଲଗାମରେ ଗତ ୨୨ ତାରିଖ ଦିନ ଆତଙ୍କବାଦୀ ଆକ୍ରମଣ ନେଇ ବୟାନବାଜି କରିଥିବା ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ସାଂସଦ ସୁଲତା ଦେଓ କ୍ଷମା ମାଗିଛନ୍ତି। ତାଙ୍କର ବୟାନ ଗଣମାଧ୍ୟମରେ ପ୍ରକାଶିତ ହେବା ଏବଂ ନିଜ ଦଳର ନେତାଙ୍କ ସମେତ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସମାଲୋଚନା କରିବା ପରେ ସୁଲତା ଦେଓ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି, ଯଦି ମୋ ବୟାନ ଦେଶବାସୀଙ୍କୁ ଉପହାସିତ କରିଛି ଏଥି ପାଇଁ ମୁଁ ଦୁଃଖ ପ୍ରକାଶ କରୁଛି। କ୍ଷମା ପ୍ରାର୍ଥନା କରୁଛି।