ଆଜି ୧୨ ଘଣ୍ଟିଆ ଦେବଗଡ଼ବନ୍ଦ
ସକାଳୁ ସକାଳୁ ଦେବଗଡ଼ରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ପ୍ରଦାନ ଦାବିରେ ବନ୍ଦ ପାଳନ କରାଯାଇଛି l ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକିରହିଛି।


