ଦୃଢ ଇଛା ଶକ୍ତି ଓ ମନବଳ ଥିଲେ, ସବୁ ସମ୍ଭବ।

ଫୋକସ ପ୍ଲସ 28/5/22(ବୌଦ୍ଧ):ଦୃଢ ଇଛା ଶକ୍ତି ଆଗରେ କିଛି ଲୋଢା ନାହିଁ, ଲୋଢା କେବଳ ମନବଳ ।ଏହି କୁନି କୁନି କଳାକାର ମାନଙ୍କୁ ନା ଦରକାର ନାଟମଣ୍ଡପ, ନା ଦରକାର ଗୁରୁ, ଦୃଢ ଇଛାଶକ୍ତି ଓ ମନବଳ ଆଗରେ ବଡ ବଡ କଳାକାର ହାର ମାନିଛନ୍ତି । ଫିଙ୍ଗାଫୋପଡା ଜିନିଷ ଆଣି ନାଟ୍ୟ ପରିବେଷଣ କରୁଛନ୍ତି କୁନିକୁନି ପିଲା । କଥା ରେ ଅଛି ବଡ଼ ଲୋକ ମାନଙ୍କଠୁ ଛୋଟ ମାନେ ଯାହା ଦେଖନ୍ତି ଓ ଶୁଣନ୍ତି ତାହାହିଁ କରନ୍ତି । ଆଜି ଆମେ ଆପଣଙ୍କୁ ସେଭଳି ଏକ ଚିତ୍ର ଦେଖେଇବୁ ଯାହା ଆପଣ ବି ଦେଖିଲେ କହିବେ ବହୁତ୍ ସୁନ୍ଦର । ଆପଣ ମାନେ ଜାଣିଥିବେ ଗତ ଏପ୍ରିଲ୍ ୧୦ ତାରିଖରେ ପ୍ରଭୁ ଶ୍ରୀରାମ ଙ୍କ ଜନ୍ମଦିନ ପଡ଼ିଥିଲା ଯାହା କି ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ରାମଲୀଳା ନାଟକ ମାନ ମଞ୍ଚସ୍ଥ ହୋଇଥିଲା । ନାଟକ ଦେଖିବା ପାଇଁ ଛୋଟ ରୁ ବୃଦ୍ଧ ପର୍ୟ୍ୟନ୍ତ ହଜାର ହଜାର ସଂଖ୍ୟାରେ ସମାଗମ ଦେଖିବାକୁ ମିଳିଥିଲା । ହେଲେ ବୌଦ୍ଧ ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଗଡଭିତର ଗ୍ରାମ ର କୁନି କୁନି ପିଲାମାନଙ୍କ ମନ କିନ୍ତୁ ଭିନ୍ନ, ଖାଲି ସେମାନେ ନାଟକ ଦେଖି ନ ଥିଲେ, ସେଇଠୁ ସେମାନେ ଶିକ୍ଷା ଗ୍ରହଣ ମଧ୍ୟ କରୁଥିଲେ । ଯାହାକି ଆଜି ଏକ ଭିନ୍ନ ଢ଼ଙ୍ଗରେ ଦେଖିବାକୁ ମିଳିଛି। ଗ୍ରାମର ରାମଲୀଳା ଯାତ୍ରା ସମାପ୍ତ ହେଲା ସତ, କିନ୍ତୁ କୁନି କୁନି ପିଲାମାନେ ଯାହା ଶିକ୍ଷା ଗ୍ରହଣ କରିଥିଲେ । ତାହା ପୁଣି ସେମାନେ ଆରମ୍ଭ କରିଛନ୍ତି , ରାମଲୀଳା ନାଟକ । ଦୀର୍ଘ ୫ ବର୍ଷ ହେଲା ଏମାନେ ଏଭଳି ନାଟକ ପରିବେଷଣ କରୁଥିବା କହିଛନ୍ତି । ଗ୍ରାମର ରାମଲୀଳା ସରିବା ପରେ ଯାହା କିଛି ଫୋପଡ଼ା ଯାଇଥାଏ ସେସବୁ ଏମାନେ ଗୋଟାଇ ନିଜେ ବ୍ୟବହାର କରିଥାନ୍ତି, ଯାହାକି ଏ କୁନି ପିଲାମାନଙ୍କ ର ଉତ୍ସାହ ଦେଖି ଗ୍ରାମବାସି ମାନେ ମଧ୍ୟ ତାଙ୍କୁ କିଛି ସାମଗ୍ରୀ ଯୋଗାଇ ଦେଉଥିବା କହିଛନ୍ତି । କୁନି ପିଲାମାନଙ୍କ ଗୁରୁ ହେଉଛନ୍ତି ଜଣେ ଜଣେ ଦୃଷ୍ଟିହୀନ ବାଳକ ସୁମନ ବେହେରା, ଭଗବାନ ତାଙ୍କୁ ଦୃଷ୍ଟି ଶକ୍ତି ଦେଇନାହାନ୍ତି ସତ ହେଲେ ତାଙ୍କ ଇଚ୍ଛା ଶକ୍ତି ଆଗରେ ସବୁ କିଛି ହାର୍ ମାନିଛି,ସେ ଶୁଣି ଶୁଣି ଯାହା ମନେ ରଖନ୍ତି ସମସ୍ତ କୁନି ପିଲା ମାନଙ୍କୁ ଶିଖାଇଥାନ୍ତି । ଯଦି ପ୍ରଶାସନ ତରଫରୁ ତାଙ୍କୁ କିଛି ବାଦ୍ୟଯନ୍ତ୍ର, ପୋଷାକ କିମ୍ବା ଶିକ୍ଷ୍ୟା ଦେବା ପାଇଁ ଜଣେ ଗୁରୁ ଦିଆଯାଏ ତେବେ ସେମାନେ ଆଗାମୀ ଦିନରେ ଭଲ କଳାକାର ହୋଇ ବିଶ୍ଵ ଦରବାର ପର୍ଯ୍ୟନ୍ତ ପହଞ୍ଚି ପାରିବେ ବୋଲି ଦୃଷ୍ଟିହିନବାଳକ ସୁମନ୍ କହିଛନ୍ତି ।

Leave a Reply

Your email address will not be published. Required fields are marked *