ଦୁର୍ବୃତ୍ତ ଭୁଜାଲି ଚୋଟରେ ଜଣେ ମୃତ ,୩ ଗୁରୁତର

ଫୋକସ ପ୍ଲସ(ମାହାଙ୍ଗା)୦୫/୦୯/୨୦୨୨: ମାହାଙ୍ଗା ବ୍ଲକ ପୋଡାମରାଇ ପଞ୍ଚାୟତ ଏରକଣା ଗ୍ରାମରେ ଜଣେ ପାଗଳର ଭୁଜାଲି ଚୋଟରେ ଜଣେ ନାବାଳକ ମୃତ୍ୟୁବରଣ କରିଥିବା ବେଳେ ତିନିଜଣ ଗୁରୁତ୍ତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି l ଦୁବୁର୍ତ୍ତ ଜଣକ ହେଲେ ସିନ୍ଧୂପୂର୍ ଗ୍ରାମର ଅଶୋକ ସେଠୀ ଙ୍କ 27 ବର୍ଷ ର ପୁଅ ସନ୍ତୋଷ ସେଠୀ।ଏହି ଘଟଣାରେ ଅକ୍ଷୟ ପଳେଇଙ୍କ 17 ବର୍ଷ ର ପୁତ୍ର ସୋମ୍ୟରଞ୍ଜନ ପଳେଇ ମୃତ୍ୟୁବରଣ କରିଥିବା ବେଳେ ଏରକଣା ଗ୍ରାମର କୈବଲ୍ୟ ପଳେଇଙ୍କ ବେକ କଟିଛି ସେହିପରି ଜ୍ଞାନରଞ୍ଜନ ପଳେଇଙ୍କ ମୁଣ୍ଡ ଫାଟି ଥିବା ବେଳେ ଚିନ୍ମୟ ମଲିକଙ୍କ ନାକ କଟି ଗୁରୁତ୍ତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଖବର ପାଇଁ ମାହାଙ୍ଗା ପୋଲିସ ଦୂର୍ବୁର୍ତ୍ତ ସନ୍ତୋଷ କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି ,

କଟକ ମାହାଙ୍ଗା ରୁ ହେମନ୍ତ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *