ବାଲେଶ୍ଵର: ଜଳେଶ୍ଵର ବ୍ଲକ ବାଣିଦା ଗ୍ରାମ ରେ ଦୁର୍ବୁର୍ତ ଙ୍କ ନିଆଁ ରେ ୨୫ ଏକର ଧାନ ବିଲ ପୋଡି ପାଉଁଶ: ନିଆଁ କୁ ଆୟତ କଲେ ଅଗ୍ନିଶମ ବିଭାଗ। ଖ୍ଯତିପୂରଣ ପାଇଁ ଦାବି କଲେ ବିଭିନ୍ନ ସଂଗଠନ।
ଜଳେଶ୍ବର ବ୍ଲକ ନାମ୍ପୋ ଓ ଖାଲିନା ପଞ୍ଚାୟତ ରେ ଦିନ ଦ୍ବିପହର ସମୟରେ କେହି ଦୁର୍ବୁର୍ତ ଧାନବିଲରେ ନିଆଁ ଲଗାଇବା ଦ୍ବାରା ପାଖାପାଖି ୨୫ ଏକରରୁ ଉର୍ଦ୍ଧ୍ବ ଜମି ପୋଡ଼ି ପାଉଁଶ ହୋଇଥିବା ବେଳେ, ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ସୂଚନା ଅନୁସାରେ ଏବେ ଧାନ କଟା ସମୟ ଚାଲିଥିବା ରୁ ଅନେକ ସ୍ଥାନରେ ଚାଷୀ ମାନେ ମେସିନ ଦ୍ବାରା ଧାନ କାଟି ସାରିବା ପରେ ପଡିରହିଥିବା ନଡାକୁ ନିଆଁ ଲଗାଇ ଦେଇ ପଳାଇ ଥାନ୍ତି। ନିଆଁ ପବନରେ ନିଆଁ ଉଡ଼ି ଧୀରେ ଧୀରେ କଟାଯାଇନଥିବା ବିଲ କୁ ମଧ୍ଯ ପଳାଇଯାଇ ଥାଏ। ତେବେ ଆଜି ଦିପହର ସମୟରେ ଧାନ ବିଲରେ ନିଆଁ ଜଳୁଥିବା ଖବର ପାଇ ଚାଷୀ ମାନେ ସେଠାକୁ ଯାଇ ଦେଖିବା ବେଳକୁ ଧାନବିଲ ସବୁ ଜଳୁଥିବା ଦେଖି ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ। ତେବେ ନିଆଁ ରେ ବାଣିଦା ଅଞ୍ଚଳ ର ଅକ୍ଷୟ ଦାସ , ହରେକୃଷ୍ଣ ରଣା, ସଞ୍ଜୟ ଦାସ, ସୁନିଲ ମହାନ୍ତି,ସୁଦର୍ଶନ ମହାନ୍ତି, ଅନ୍ନପୂର୍ଣ୍ଣା, ରାମଶଙ୍କର ଦାସ, ଲଖ୍ମଣ ଦାସ, ସଞ୍ଜିବ ଦାସ ଏବଂ ନାମ୍ପୋ ଅଞ୍ଚଳ ର ଗୈ।ରମୋହନ ପାତ୍ର , ଟିଟୁ ପାତ୍ର, ଜୀବନ ପାତ୍ର, ରବିନ୍ଦ୍ର ମହାନ୍ତି, ନିମାଇଁ ମହାନ୍ତି, ମାଳତୀ ମହାନ୍ତି, ତପନ ମହାନ୍ତି, ପ୍ରତାପ ଚନ୍ଦ୍ର ଦାସ ପ୍ରମୁଖ ଙ୍କ ଧାନବିଲ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ତେବେ ନିଆଁ ଲାଗିବାର କାରଣ କିଛି ଜଣାପଡିନଥିବା ବେଳେ କେହି ଦୁର୍ବୁର୍ତ ଏଭଳି ଅମାନବୀୟ କାର୍ଯ୍ୟ କରିଥିବା ଚର୍ଚ୍ଚା ହେଉଛି। ଘଟଣା କୁ ନେଇ ଜମି ମାଲିକମାନେ ଥାନା ଦ୍ବାରସ୍ଥ ହୋଇଥିବା ବେଳେ ଖ୍ଯତିଗ୍ରସ୍ତ ଚାଷୀଙ୍କୁ ଖ୍ଯତିପୂରଣ ଦେବା ସହ ରୁଣ ଛାଡ କରିବାକୁ ଉନ୍ନୟନ ଓ ସୁରଖ୍ଯା ମଞ୍ଚ ପଖ୍ଯରୁ ଦାବି କରାଯାଇଛି।
