ଛତ୍ରପୁର୨୩/୧୧/୨୩; ଛତ୍ରପୁର, ରାଜ୍ୟରେ ଚାଲିଥୁବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଅଫିସ ଘେରାଉ କରାଯାଇଛି । ଅନୁସୂଚିତ ଜାତି ସେଲ୍ ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶହସ୍ରାଧୂକ ଚାଷୀ, ମୂଲିଆ, ମହିଳା, ନେତା ଓ କର୍ମୀଙ୍କ ସମେତ ବିଜେପି ଦଳୀୟ ନେଭୃତ୍ୱରେ ବ୍ଲକ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶ ନ କରାଯାଇଛି। ବ୍ଳକ୍ କାର୍ଯ୍ୟାଳୟରେ ନରେଗା ଯୋଜନା, ରାସ୍ତାଘାଟ, ପାନୀୟ ଜଳ, ଜଳ ସେଚନ ଯୋଜନା, ଗ୍ରାମ୍ୟ ଉନ୍ନୟନ ଯୋଜନା ଆଦିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ପ୍ରଶାନ୍ତ କର, ପଦ୍ମ ଚରଣ ସାହୁ, ଆଡଭୋକେଟ ପ୍ରଦୀପ କୁମାର ପାଢ଼ୀ, ଛତ୍ରପୁର ଏନଏସି ଅଧ୍ଯକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରେ କିପରି ଦୁର୍ନୀତି କରିଛନ୍ତି, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଅଫିସରେ ଚାଲିଥିବା ୫୦% ପିସି କାରବାର ଏବଂ ଛତ୍ରପୁର ବ୍ଲକ ତା’ର ଜ୍ଵଳନ୍ତ ଉଦାହରଣ ବୋଲି ଉଦବେଗର ସହ କହିଥିଲେ । ଆବାସ ଯୋଜନାରେ କିପରି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛି, ରାସନ କାର୍ଡ ପୋର୍ଟାଲ ସାଇଡ ଦୀର୍ଘ ତିନି ବର୍ଷ ହେଲା ରାଜ୍ୟ ସରକାର ବନ୍ଦ କରିଛନ୍ତି । ସେ ସମ୍ପର୍କରେ କହିଥିଲେ ନେତୃମଣ୍ଡଳୀ I ୧ଲକ୍ଷ କୋଟିରୁ ଉଦ୍ଧ ବାଲି ସ୍କାମରେ ଯେଉଁମାନେ ଜଡିତ ସେ ସମ୍ପର୍କରେ ମତ ରଖିବା ସହ ଏଥିରେ କେବଳ ବାଲି ମାଫି ଆକୁ ଗି ର ଫ କରି ଅନ୍ୟମାନଙ୍କୁ ଛାଡି ଦେବା ଠିକ ନୁହେଁ ବୋଲି କହିଥିଲେ । ଜଳସେଚନ କଥା କୁ ହାଯାଉଛି । ରାଜ୍ୟପାଳ ଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଘେରାଉ ପୂର୍ବରୁ ସ୍ଥାନୀୟ ଅପରବସ ଷ୍ଟାଣ୍ଡଠାରୁ ଏକ ବଡ଼ ଧରଣର ରାଲି ଛତ୍ରପୁର ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ସନ୍ତ ବେହେରା, ପ୍ରଫୁଲ୍ଲ ପଣ୍ଡା, ଭୀମ ବେହେରା, ସମ୍ବିତ ରାଉଳ, ଅମରେଶ ଶ ମହାରଣାଙ୍କ ସ ମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ l
