ଦୁର୍ଦ୍ଦିନରେ ବାଉଁଶ କାରିଗର

ଫୋକସ ପ୍ଲସ( ନୂଆପଡ଼ା ବୋଡ଼େନ)୨୧/୦୮/୨୦୨୨: କତା ଚାଲିଲେ ଜୀବିକା ଚାଲେ।ଧାରୁଆ କତା ଯେବେ ବାଉଁଶ କୁ ସ୍ପର୍ଶକରେ ସୁଷ୍ଟି ହୁଏ କାରିଗରର ନୂଆପରି କଳ୍ପନା। ପୂର୍ବପରି ହାତ ସହିତ କତା ଚାଲିଛି ହେଲେ ଛଡେଇନେଇଛି ବଜାର ବିକ୍ରି ନଥିବାରୁ ଜୀବିକା ଠପ। ଫଳରେ ଦୁର୍ଦ୍ଦିନରେ ବାଉଁଶ କାରିଗର।ନା ମିଳୁଛି ସରକାରୀ ସହାୟତା ନା ମିଳୁଛି ଅନୁଦାନ ବାଉଁଶ କାରିଗରର ପେଟ ର ଭୋକ ଅସମ୍ଭାଳ ହେଉଛି।ବଢି ଚାଲିଛି ଆଧୁନିକ ଦୁନିଆର ନୂଆ ନୂଆ ପ୍ଲାଷ୍ଟିକ ସାମଗ୍ରୀ ଯେତେସବୁ ବାଉଁଶରେ ତିଆରି ସାମଗ୍ରୀ ପ୍ଲାଷ୍ଟିକ ରେ ତିଆରି କରି ବଜାରକୁ ଛାଡିଦେଉଛି ବିଭିନ୍ନ କମ୍ପାନି ଯାହାଫଳରେ ବାଉଁଶ କାରିଗର ବାଉଁଶ ରେ ତିଆରି କରୁଥିବା ବିଭିନ୍ନ ସାମଗ୍ରୀ ବିକ୍ରିହେଉନଥିବା ଦେଖିବାକୁ ମିଳିଛି ଯାହାଫଳରେ କି ପହରିଆ ସମ୍ପ୍ରଦାୟର ଲୋକେ ଭୋକ ବିକଳରେ ଜୀବନ କାଟୁଥିବା ମଧ୍ୟଦେଖିବାକୁ ମିଳିଛି। ନିରବି ଯାଇଛି ହସ୍ତଶିଳ୍ପ।ବୁଡିବାକୁ ବସିଲାଣି କୌଳିକ ବୃତି ।ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକର ଉପାନ୍ତ ଭଇଁସାଦାନୀ ଗ୍ରାମପଞ୍ଚାୟତ ର ଶତାଧିକ ପହରିଆ ସମ୍ପ୍ରଦାୟର ବାଉଁଶ କାରିଗରଙ୍କ ବୃତି ବୁଢ଼ିନି। କିନ୍ତୁ ବିକ୍ରି ହେଉନଥିବା ଚିନ୍ତାରେ ବାଉଁଶ କାରିଗର। ଶୁଣନ୍ତୁ ଏନେଇ କଣ କହୁଛନ୍ତି କାରିଗର। ଦୀର୍ଘ ପାଞ୍ଚ ବର୍ଷ ପୂର୍ବେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ସମୟରେ ବହୁପରିମାଣ ରେ ପହରିଆ ସମ୍ପ୍ରଦାୟର ଲୋକେ ବାଉଁଶ ତିଆରି ସାମଗ୍ରୀ ତିଆରିକରି ବଜାରରେ ବେଶ ଦୁଇ ପଇସା ଚାହିଦା କରି ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି। କିନ୍ତୁ ବର୍ତ୍ତମାନ ବଜାରରେ ବିକ୍ରି ହେଉନଥିବାରୁ। ଏପରି ସମୟରେ କାରିଗର ପରିବାର ହା ହା କାର ହୋଇପଡିଛନ୍ତି। ପ୍ରକାଶ ଥାଉକି ଓଡିଶା ସରକାର ପହରିଆ ସମ୍ପ୍ରଦାୟର ଲୋକଙ୍କୁ ଆଦିବାସୀ ଜାତିରେ ମଧ୍ୟସାମିଲ କରିନାହାନ୍ତି। ତେବେ ସରକାରୀ ସହାୟତା ମଧ୍ୟ ଏମାନେ ବଞ୍ଚିତ ହେଉଛନ୍ତି। କିମ୍ବା ଅନୁଦାନ ଅଭାବରୁ ତେଲ ଲୁଣ ସଂସାରରେ ନିଆ ଲାଗିଛି।ଏପରି ସମୟରେ କାରିଗର ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।

ନୂଆପଡ଼ା ବୋଡ଼େନ ରୁ ଅଜିତ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *