ଦୁର୍ଘଟଣା ଘଟିବା ପରେ ବସ୍‌ରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି

ସୂଚନା‌ ଅନୁସାରେ ଆଜି ଅପରାହ୍‌ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ଏକ ଯାତ୍ରୀବାହୀ ବସ୍‌ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା। ସରକାରୀ ଯାତ୍ରୀବାହୀ ବସ୍‌ଟି ଜାତୀୟ ରାଜପଥରେ ଆଗକୁ ବଢୁଥିବା ବେଳେ ଖମାର ଥାନା ଅଧୀନ ଗହମ ପଞ୍ଚାୟତ ନିକଟରେ ଦୁର୍ଘଟଣାର ସାମ୍ନା କରିଥିଲା। ବସ୍‌ଟି ସାଧାରଣ ଦୁର୍ଘଟଣାର ସାମ୍ନା କରି ନଥିଲା। ଏହା ସଂପୂର୍ଣ୍ଣ ଓଲଟି ପଡ଼ିଥିଲା।

ଘଟଣାର ପାରିପାର୍ଶ୍ବିକ ଅବସ୍ଥା ଯାହା ବୟାନ କରୁଛି, ଦୁର୍ଘଟଣା ସମୟର ସ୍ଥିତି ନିଶ୍ଚିତ ଭାବେ ଖରାପ ଥିବ। ବସ୍‌ରେ ଯାତ୍ରୀ ଫୁଲ ଥାଇ ମଧ୍ୟ ଓଲଟି ପଡ଼ିବା ସାଧାରଣ କଥା ନୁହେଁ। ବସ୍‌ ଓଲଟିବା ବେଳେ ଏଥିରେ ଥିବା ଯାତ୍ରୀମାନେ ଶକ୍ତ ଧକ୍କା ଖାଇଥିଲେ। କିଛି ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ବସ୍‌ର ତଳେ ଚାପି ହୋଇଯାଇଥିଲେ। ଫଳରେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। 

Leave a Reply

Your email address will not be published. Required fields are marked *