ଯାଜପୁର13/11/2023; ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ରଡ଼ଗାଁ ଗ୍ରାମର ନିଲୁ ପଣ୍ଡାଙ୍କ ବଡ଼ ପୁଅ ଜ୍ୟୋତିରଞ୍ଜନ ପଣ୍ଡା (32 ବର୍ଷ) ଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି | ଖବର ମୁତାବକ ଦୀପାବଳି ରାତ୍ରୀରେ ମଙ୍ଗଳପୁର ବଜାରରେ ଥିବା ନିଜର ଏକ ସ୍ପୋର୍ଟ୍ସ ଦୋକାନ ବନ୍ଦ କରି ଜ୍ୟୋତି ଘରକୁ ଫେରୁଥିବା ବେଳେ ରାତ୍ରୀ 9 ଟା ସମୟରେ ଖାନନଗର ଠାରେ ଅନ୍ୟ ଏକ ବାଇକ ସହ ସାମ୍ନାସାମନି ଧକ୍କା ହୋଇଥିଲା| ଫଳରେ ଜ୍ୟୋତିଙ୍କର ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗି ଘଟଣା ସ୍ଥଳରେ ହିଁ ଜ୍ୟୋତି ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି |