ଦୁର୍ଘଟଣାରେ ଯୁବକ ମୃତ

ଫୋକସ ପ୍ଲସ (ତାଳଚେର)୦୯/୦୭/୨୦୨୨: ତାଳଚେର ଭୁବନେଶ୍ଵରୀ କୋଇଲା ଖଣିରେ ଡ୍ରାଇଭର ଭାବେ କାର୍ଯ୍ୟରତ ବ୍ରଜ ମୋହନ ସାମଲଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି | ଏହା ପରେ ସେଠାରେ ଏହି ଘଟଣାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା |ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନଙ୍କ ପ୍ରଚେଷ୍ଟା ଫଳରେ MCL କର୍ତ୍ତୃପକ୍ଷ ଓ ଠିକାଦାର ସର୍ବମୋଟ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିବା ସୂଚନା ମିଳିଛି ।ତାଳଚେର ମହାନଦୀ ଠିକା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ନରହରି ସାହୁ, ଓ ଯୁବ ନେତା ରାଜେଶ ଦାସ,ମନୋଜ ସାହୁ ଓ ଆଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |

ତାଳଚେର ରୁ ରବୀନ୍ଦ୍ର ନାଥଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *