ଫୋକସ ପ୍ଲସ(ବାଲେଶ୍ୱର): ଦୁର୍ଗା ପୂଜା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ଚଳିତ ବର୍ଷ ବାଲେଶ୍ୱର ରେ ଦୁର୍ଗା ପୂଜା କୁ ଶାନ୍ତିଶୃଙ୍ଖାର ସହ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଯାଇଅଛି। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ଙ୍କ ଅଧ୍ୟକ୍ଷତା ରେ ବସିଥିବା ବୈଠକ ରେ ଅତିରିକ୍ତ ଜିଲ୍ଲାପାଲ ନିଲୁ ମହାପାତ୍ର, ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇ, ଆଡିଶିନାଲ ଏସପି ଅମରେଶ ପାଣିଗ୍ରାହି, ସହକାରୀ ଜିଲ୍ଲାପାଲ ସ୍ୱାଗତିକା ଦାସ, ଙ୍କ ସମେତ ବିଭିନ୍ନ ପୂଜା କମିଟି ର ସଦସ୍ୟ, ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଚଳିତ ବର୍ଷ ଦୁର୍ଗା ପୂଜା ନିୟମାବଳୀ ର ଅନୁପାଳନ, ସରକାରୀ ମାର୍ଗଦାର୍ଶିକା ଅନୁଯାୟୀ ଜିଲ୍ଲା ରେ କିଭଳି ସୁରୁଖୁରୁରେ ଦୁର୍ଗା ପୂଜା ସମ୍ପନ୍ନ ହୋଇପାରିବ ସେ ସଂପର୍କ ରେ ଆଲୋଚନା କରିଥିଲେ ଓ ଭସାଣି 2ଦିନ ପଯ୍ୟନ୍ତ ମଦ ଦୋକାନ ବନ୍ଦ ରଖିବାକୁ ଅବକାରୀ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ସେହିଭଳି ପ୍ରତକ୍ୟ ପୂଜା ମଣ୍ଡପ ରେ ସିସିଟିଭି ଲଗାଇବା, ମୂର୍ତ୍ତି ଗୁଡିକ ର ଉଚ୍ଚତା 12ଫୁଟ ରୁ ଅଧିକ ହେବନି, ସବୁଥର ଭଳି ଡ଼ାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଲଗା ଯାଇଛି।
ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |