ଫୋକସ ପ୍ଲସ(କୋଣାର୍କ):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ କୋଣାର୍କ ସ୍ଥିତ ଶ୍ରୀ ଶ୍ରୀ ନରହିଂହ ଦେବ ଦୁର୍ଗା ପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପାଇଁ ଚୁଡାନ୍ତ ପ୍ରସ୍ତୁତି ବୈଠକ କୋଣାର୍କ ଯାତ୍ରିନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁବାଷ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତା ରେ କୋଣାର୍କ ଆରକ୍ଷୀ, ଅଗ୍ନିଶମ ବିଭାଗର ଅଧିକାରୀ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଓ କୋଣାର୍କର ସମସ୍ତ ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଉକ୍ତ ବୈଠକରେ ଚଳିତ ବର୍ଷ କୋଣାର୍କରେ ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗାପୂଜା ସମୟରେ କିପରି ଶ୍ରଦ୍ଧାଳୁ ଭକ୍ତମାନେ ଆସି ମାଙ୍କୁ ଅତି ସୁନ୍ଦର ଭାବରେ ଦର୍ଶନ କରିବା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ଚଳିତ ବର୍ଷ ବିଶେଷ ଭାବରେ ଆଧୁନିକ ନୃତ୍ୟ ଗୀତକୁ ବନ୍ଦ କରାଯାଇ ଭଜନ ଓ ଲୋକନୃତ୍ୟ ଭାବରେ ଘୋଡା ନାଚ ପରିବେଷଣ କରାଯିବା ପାଇଁ ପୂଜା କମିଟି ତରଫରୁ ନିଷ୍ପତ୍ତି ନିଆ ଯାଇଛି । ବିଶେଷ କରି ଚଳିତ ବର୍ଷ କୋଣାର୍କ ପୋଲିସ୍ ପ୍ରଶାସନ ପକ୍ଷରୁ ସିସିଟିଭି ଲଗାଯାଇ କୋଣାର୍କରେ କିପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସଜାଗ ରହିବେ ବୋଲି ପୋଲିସ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତା ଶନିବାର ଦିନ ମା ଙ୍କର ପାଣି ତୋଳା ,ରବିବାର ଚକ୍ଷୁ ଦାନ, ସୋମବାର ଦିନ ମହାଷ୍ଟମୀ ରେ ସନ୍ଧି ପୂଜା ସହିତ ଘଣ୍ଟ ମର୍ଦାଳ ପଞ୍ଜାବୀ ବାଜା ବଜାଇ ମାହା ଆଡମ୍ବର ରେ ମା ଙ୍କ ଭସାଣି କାର୍ଯ୍ୟକ୍ରମ କରାଯିବାର ବ୍ୟବସ୍ଥା ରହିଛି ।
କୋଣାର୍କରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ