ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ବୁର୍ଲାସ୍ଥିତ ଭୀମସାରର ୬ ଜଣ ଛାତ୍ରଛାତ୍ରୀ ଯୁଯୁମୁରା ଥାନା ଅଧୀନ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ କୁଳୁକୁଳୁ ଝରଣାରେ ଗାଧୋଇବେ ବୋଲି ବହୁତ ଖୁସି ଥିଲେ। ବର୍ଷାଦିନ ଯୋଗୁଁ ଏବେ ଝରଣାରେ ଜଳଧାରା ଅଧିକ ଥିବା ଏମାନେ ଜାଣିପାରି ନଥିଲେ। କୌଣସି କାରଣରୁ ସନ୍ଦୀପ ଓ ମୋନିକା ବୁଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଦୁଖଃଦ ଖବର!ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସି ବୁଡିଗଲେ ୨ ଛାତ୍ରଛାତ୍ରୀ।
