ଦୁଇ ବନାଞ୍ଚଳ ର ସୀମା ବିବାଦ, ଉଜୁଡୁଛି ଧାନ ଫସଲ |

ବୁଗୁଡ଼ା22/11(ଫୋକସପ୍ଲସ); ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡର ବୁଗୁଡ଼ା ବନାଞ୍ଚଳ ଓ ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥ ପ୍ରସାଦ ବନାଞ୍ଚଳ ମଧ୍ୟରେ ଲାଗିରହିଛି ସୀମା ବିବାଦ, ଏହାଫଳରେ ହାତୀଙ୍କ ଉପଦ୍ରବରେ ଚାଷୀଙ୍କ ବିଭିନ୍ନ ଫସଲ ଉଜୁଡିଗଲାଣି, ହାତୀଙ୍କୁ ଘଉଡ଼ାଇବାରେ ବିଫଳ ବନବିଭାଗ, ଚାଷୀଙ୍କ ଅଭିଯୋଗ କ୍ରମେ ଦୁଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଓ ବିନୋଦ ଆଚାର୍ଯ୍ୟ, ମୁଖ୍ୟ ବନଖଣ୍ଡ ସରକ୍ଷକ ସୁବ୍ରତ ପାତ୍ର, ଦୁଇ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମର ମିଶ୍ର ଓ ସୁଜାତା ରାଣୀ ପଣ୍ଡା ଘଟଣା ସ୍ଥଳରର ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଦୁଇ ବନାଞ୍ଚଳ ମଧ୍ୟରେ ଉତ୍ତମ ବୁଝାମଣା ରଖି କ୍ଷତିଗ୍ରସ୍ଥ ଚାଷୀ ଙ୍କୁ ସହାୟତା ରାଶି ଯୋଗାଇଦେବାପାଇଁ ନିର୍ଦେଶ ଦେଇଥିଲେ,ଏହାକୁ ନେଇ ଜିରାବାଡି ସରପଞ୍ଚ ସରୋଜ କୁମାର ନାୟକ ଏହି ଅଂଚଳର ଗ୍ରାମବାସୀ ଙ୍କୁ ନେଇ ହାତୀ ସୁରକ୍ଷା ସଚେତନତା ସଭା ଡକାଇଥିଲେ,ଏଥିରେ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ଶ୍ରମତୀ ପଣ୍ଡା, ପଞ୍ଚଭୂତି ବିଟ ଅଧିକାରୀ ପଲ୍ଲବୀ ନନ୍ଦ ଉପସ୍ଥିତ ରହି ବନ କର୍ମଚାରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ରଖି ଚାଷୀଙ୍କୁ ସହଯୋଗ କରି ହାତୀଙ୍କୁ ସୁରକ୍ଷା ଦେବାପାଇଁ ପରାମର୍ଶ ଦେବାସହିତ କୌଣସି ବାରୁଦ ବ୍ୟବହାର ନକରି ହାତୀଙ୍କ ଗନ୍ତବ୍ୟସ୍ଥଳକୁ ଯିବାରେ ବାଧା ସୃଷ୍ଟି ନକରିବାକୁ ସୁପାରିସ କରିଥିଲେ.

Leave a Reply

Your email address will not be published. Required fields are marked *