ଫୋକସ ପ୍ଲସ 16/6/23(ଗଜପତି): ଗଜପତି ଜିଲ୍ଲା ମୋହନା ବ୍ଲକ ଶିଙ୍କୁଳିପଦରରେ ଥିବା କାନାରା ବ୍ୟାଙ୍କ ରେ ଦୀର୍ଘ ଦୁଇଦିନ ହେଲା ଲିଙ୍କ ନଥିବାରୁ ଦୁଇଦିନ ହେଲା ସହ ସହ ଲୋକ ଫେଇକି ଯାଉଛନ୍ତି, ବହୁ ଦୂର ଦୁରାନ୍ତରରୁ ଆସୁଛନ୍ତି | କିଏ ବାଇକ ଯୁଗେ ଆସୁଛନ୍ତିତ କିଏ ଅଟୋ ଭଡା କରି ଆସୁଛନ୍ତି, ବହୁ ବୁଡ଼ା ବୁଡି ମାନେ ଭାର୍ଦ୍ଧକ୍ୟ ଭତ୍ତା ପାଇ ଆସି ଫେରି ଯାଉଛନ୍ତି, କାହାର ଘର 3କିଲ ମିଟର ତ ଆଉ କାହାର 15 କିଲ ମିଟର ଅଟୋ ଭଡା କରି ଆସିବା ପାଇ 300 ଟଙ୍କା ନେଉଛନ୍ତି | ଦୁଇ ଦିନ ଧରି ଅଟୋ ଭଡା କରି ଆସୁଛନ୍ତି ଆଉ ଯାଉଛନ୍ତି ହେଲେ କାମ ହଉନି, ଆମେ ଯେତେବେଳେ ଲୋକଙ୍କ ପ୍ରତିକ୍ରିୟା ନେଇଥିଲୁ ସେତେବେଳେ ଜାଣିବାକୁ ପାଇଲୁ ମ୍ୟାନେଜର ସାର ଦୀର୍ଘ ୩ ମାସ ହେବ ନାହାନ୍ତି ତେଣୁ ମ୍ୟାନେଜର ନଥିବା ଯୋଗୁଁ କାହାର ଲୋନ ହେଇପାରୁନିତ କାହାର ଭତ୍ତା ଟଙ୍କା ମିଳିପାରୁନି କି ବ୍ୟାଙ୍କ ଖାତା ମଧ୍ୟ ଅପଡେଟ ହେଇ ପାରୁନି | ଆଉ ଆଜିକୁ ଦୁଇ ଦିନ ହେଲା କରେଣ୍ଟ ନଥିବାରୁ ଲିଙ୍କ ଆସୁନି ବୋଲି ମନା କରିଦେଉଛନ୍ତି | ଖରା ପ୍ରବଳ ହେବାରୁ ଆସିବା ଯିବା ପାଇ ବହୁତ କଷ୍ଟ ହେଉଛି ତଥାପି ଆମେ ଆସୁଛୁ ହେଲେ ଆମ କାମ ହେଇପାରୁନି ହତାଶ ହେଇ ଘରକୁ ଫେରିବାକୁ ପଡୁଛି | ମ୍ୟାନେଜର ସାର କେବେ ଆସିବ ଆଉ ଆମ କାମ କେବେ ହବ ବୋଲି ପ୍ରଶ୍ନ ମଧ୍ୟ ଲୋକେ କରିଛନ୍ତି | ତେବେ କିପରି ଆଉ କେମିତି ବ୍ୟାଙ୍କରେ ମ୍ୟାନେଜର ନଥାଇ ବ୍ୟାଙ୍କ କିପରି ଚାଲୁଛି? କାହିଙ୍କି ମ୍ୟାନେଜର ଆସୁନାହାନ୍ତି ବ୍ୟାଙ୍କକୁ? କଣ ରହିଛି ୱାର କାରଣ ଏଠି ବ୍ୟାଙ୍କ ଖାତା ଧାରି ମାନେ ପ୍ରତେକ ଦିନ ହନ୍ତସନ୍ତ ହେଉଥିବା ବେଳେ ମ୍ୟାନେଜର ନଆସିବାର କଣ ରହିଛି କାରଣ ଆଜିକୁ ୩ ମାସ ହେଲା କେମିତି ଚାଲିଛି ଏ ବ୍ୟାଙ୍କ | କାହିଙ୍କି ନଜର ପଡ଼ୁନି କାହାର ୱାରୀ ଉପରେ?ଆମେ ଏ ବିଷୟ ନେଇ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିକ୍ରିୟା ମାଗିଥିଲୁ ହେଲେ ସିଧା ସିଧା ମନା କରିଦେଇଥିଲେ କର୍ମଚାରୀ ଜଣକ |
