ଲଣ୍ଡନ: ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ବ୍ରିଟେନ୍ ଗସ୍ତରେ ଥିବା ମୋଦୀ ଲଣ୍ଡନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ବିମାନ ବନ୍ଦରରେ ତାଙ୍କୁ ପାଛୋଟି ନେବା ପରେ ସେଠାରେ ଭାରତୀୟ ସମୁଦାୟ ମୋଦୀଙ୍କ ଜୋରଦାର ସ୍ବାଗତ କରିଥିଲେ । ଅପେକ୍ଷାରେ ଥିବା ପ୍ରବାସୀ ଭାରତୀୟମାନେ ମୋଦୀଙ୍କ ଝଲକ ପାଇବା ପରେ ସେମାନଙ୍କ ମୁହଁରେ ହସ ଖେଳିଯାଇଥିଲା ଆଉ ମୋଦୀଙ୍କ ସହ ହାତ ମିଳାଇ ସେମାନେ ଖୁସି ବ୍ୟକ୍ତ କରିଥିଲେ । ପାରମ୍ପରିକ ପୋଷାକ ପିନ୍ଧି କୁନି କୁନି ପିଲାମାନେ ମୋଦୀଙ୍କ ସହ ହାତ ମିଳାଇଥିଲେ ।
ଦୁଇ ଦିନିଆ ବ୍ରିଟେନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ।
